୨୧ରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ 

ଏଫଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣାରେ ପ୍ରତିବାଦ କରିବ ବିଜେଡି । ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ , ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ଜଣକ ନ୍ୟାୟ ପାଇଁ ନିଜ ଜୀବନ ହାରିଦେଇଥିଲେ ।  ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ  । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ  । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ  । ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ ପଚରାଉଚରା କରାଯାଇଥିଲା  । ତେବେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ଅଧ୍ୟକ୍ଷଙ୍କୁ ସସପେଣ୍ଡ କରାଯାଇ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ ମଧ୍ୟ କରାଯାଇଛି ।   । ନ୍ୟାୟ ନପାଇ ନୀରିହ ଝିଅଟି ମୃତୁ୍ୟ ମୁଖକୁ ଚାଳିଗଲା । ଯେଉଁଥିପାଇଁ ରାଜନୀତିକ ତାତି ମଧ୍ୟ ବୃଦ୍ଧି ପାଇଛି । ଗତ ୧୭ତାରିଖରେ  ଏଥିପାଇଁ ଓଡିଶା ବନ୍ଦ କରାଯାଇଥିବାବେଳେ ଆସନ୍ତା ୨୧ରେ ବିଜେଡି ଆରସିଡି ସ୍ତରୀୟ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ।