ମନ୍ତ୍ରୀ ଭାବେ  ଦୁଇ ନେତା ଶପଥ ନେବେ ରାମନାଥ ଠାକୁର ଓ ଲଲନ୍‌ ସିଂହ

ମୋଦି ୩.୦ରେ ଜେଡିୟୁ କୋଟାରୁ ଆଜି ମନ୍ତ୍ରୀ ଭାବେ  ଦୁଇ ନେତା ଶପଥ ନେବେ। ଲଲନ୍‌ ସିଂହ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର MoS ତଥା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଲଲନ୍ ସିଂହ ବିହାରର ମୁଙ୍ଗେର ଆସନରୁ ନିର୍ବାଚନ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ ରହିଛନ୍ତି। ସେ ଭାରତରେ ରତ୍ନରେ ସମ୍ମାନୀତ କର୍ପୂରୀ ଠାକୁରଙ୍କ ପୁଅ ଅଟନ୍ତି। ଜେଡିୟୁ କୋଟାରୁ ଏହି ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଆଜି ମୋଦିଙ୍କ ସହ ୧୮ ଜଣ ମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ବହୁ ନେତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ସେହିପରି  ମୋଦିଙ୍କ ବାସଭବନରେ ଭିଡ ଜମାଇଛନ୍ତି ନେତା।

ଶପଥ ଗ୍ରହଣ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି।