ପ୍ରମିଳାଙ୍କୁ ଜବାବ ଦେଲେ ପୃଥ୍ୱରାଜୀ, କହିଲେ....

ଭୁବନେଶ୍ୱର:  ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି ସରକାର କରିଥିବା ରତ୍ନଭଣ୍ଡାର କମିଟି କାହିଁକି ଭାଙ୍ଗିଲା ବୋଲି ପ୍ରମିଳା ମଲ୍ଲିକ ପଚାରିବା ଦୁର୍ଭାଗ୍ୟଜନକ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି ବିଜେଡି ସରକାର ରାଜ୍ୟରେ ୨୪ ବର୍ଷ ଶାସନ କଲେ । ୨୪ ବର୍ଷରେ ରତ୍ନଭଣ୍ଡାର ଖୋଲିପାରିଲେନି । ଏବେ ପଚାରୁଛନ୍ତି । ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି । କମିଟି ଗଠନ କରିଛନ୍ତି । ରତ୍ନଭଣ୍ଡାର ଯଥା ସମୟରେ ଖୋଲା ଯାଇ ଗଣତିମଣତି କରାଯିବ । ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି ହେବା ସହ ସଂରକ୍ଷଣ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ମନ୍ଦଉଦେ୍ଧଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗାଗଲା ବୋଲି ପ୍ରମିଳା ମଲ୍ଲିକ କହିଥିଲେ ।  ବିଜେପି ସରକାର କେବଳ ଭୂଆଁ ବୁଲାଇବେ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା କହିଥିଲେ । ଉଲ୍ଲେଖଯୋଗ୍ୟ ଯେ , ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି ୨୦୧୮ ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତା’ର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି।ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଗତବର୍ଷ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଖବରଏହାପରେ ନବୀନ ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଗଠନ କରାଯାଇଥିଲା। ମାତ୍ର ଏବେ ନୂଆ ସରକାର ଆସିବା ପରେ ଉକ୍ତ କମିଟିକୁ ଭଙ୍ଗା ଯାଇ ୧୬ ଜଣିଆ ନୂଆ କମିଟି ଗଠିତ ହୋଇଛି।