ଶରତ ରାଉତ କହିଲେ ପୁଣି ଡାନି

ଶରତ ରାଉତ କହିଲେ ପୁଣି ଡାନି

ଯାଜପୁର-ଯଖପୁରା :  ଯାଜପୁର ଜିଲାର ସୁକିନ୍ଦା ଏଭଳି ଏକ ନିର୍ବାଚନ ମଣ୍ଡଳୀ ଯେଉଁଠି କଂଗ୍ରେସ ଶାସକ ଦଳକୁ ପାଣି ପିଆଉଥିଲା । କିନ୍ତୁ ଶାସକ ବିଜେପିକୁ କଂଗ୍ରେସ ବଦଳରେ ବିଜେପି ପାଣି ପିଆଇବାକୁ ଓହ୍ଲାଇଛି । ୨୦୧୯ ନିର୍ବାଚନରେ ଏହା ଦେଖିବାକୁ ହିଁ ମିଳିଥିଲା । ବିଜେଡ଼ିକୁ ମୁକାବିଲା କରୁଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଚାଲିଯିବା ପରେ ସୁକିନ୍ଦାରୁ ଆଉ ନିର୍ବାଚନ ଲଢିବେନି ବୋଲି ଏଠାକା ନେତା ଶରତ ରାଉତ ଘୋଷଣା କରିସାରିଛନ୍ତି । ତେବେ ୨୪ ନିର୍ବାଚନ ପାଇଁ ବୈଠକ ମାନ କରି କର୍ମୀଙ୍କ ମନୋବଳ ବଢାଇବାକୁ ଉଦ୍ୟମ କରୁଛନ୍ତି । କର୍ମୀସଭାରେ ଶରତ ପ୍ରଫୁଲ ଓ ଟୁଟୁଙ୍କୁ ବହେ ଗାଳି କରୁଛନ୍ତି । କିନ୍ତୁ ଗାଳି କରୁ କରୁ ଶରତ ବିଜେଡ଼ି ପ୍ରାର୍ଥୀ ଏଥରକ ୨୭ହଜାର ଭୋଟରେ ଜିତିବେ ବୋଲି କହିବା ସୁକିନ୍ଦାରେ ଆଲୋଚନାର ବିଷୟ ହୋଇପଡ଼ିଥିବା ବେଳେ ଦଳ ଭିତରେ ଏହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳରସାହା ଭରସା ସାଜିଥିବା ଶରତ ରାଉତଙ୍କ ମନ୍ତବ୍ୟ ସୁକିନ୍ଦା ରାଜନୀତିରେ ଉଷ୍ମତା ଭାରିଦେଇଛି । ଆଜି ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳର ଭରସା ସାଜିଥିବା ଶରତ ଏକ କର୍ମୀ ସଭାରେ ଉଭୟ ପ୍ରଫୁଲ୍ଲ ଘଡାଇ ଓ ଟୁଟୁ ବଳଙ୍କୁ ମନଭରି ଗାଳି ଦେଇଛନ୍ତି । ଉଭୟ ପ୍ରଫୁଲ୍ଲ ଓ ଟୁଟୁଙ୍କୁ ଧରମ ବାପ ପୁଅ ଓ କ୍ରୋମାଇଟ ଚୋର କହି ଗାଳି ଦେଇଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପିର ଲଢେଇ ହେଉନାହିଁ । ଏଥି କଂଗ୍ରେସ କର୍ମୀଙ୍କୁ ବୋକା ବାନାଇବା ପାଇଁ ମିଛ ନାଟକ କରାଯାଉଛି । ଉଭୟ ବିଜେଡି ଓ ବିଜେପି ଦଳ ଏକ ଆଉ ସେମାନଙ୍କର ନେତା ଏକ ବୋଲି କହିଛନ୍ତି । ଉଭୟ ଦଳର ନେତା ଏକ ସେ ହେଉଛନ୍ତି ପ୍ରଫୁଲ୍ଲ ଘଡାଇ । ଆଉ ପ୍ରଫୁଲ୍ଲଙ୍କ ପୁଅ ଡାନି ଆଉ ଧରମ ପୁଅ ହେଲା ଟୁଟୁ ବୋଲି କହିଥିଲେ । ପ୍ରଫୁଲ୍ଲ ଯାହାକୁ ଚାହିବେ ତାଙ୍କୁ ସୁକିନ୍ଦାରେ ଟିକେଟ ମିଳିବ । ଉଭୟ ବିଜେଡି ଓ ବିଜେପି ମିଛି ମିଛିକା ଲଢେଇ କରି ସୁକିନ୍ଦା ବାସୀଙ୍କୁ ବୋକା ବନାଉଛନ୍ତି । ଆଜି ପର୍ଯ୍ୟନ୍ତ କଂଗ୍ରେସ ଦଳକୁ ଛାଡି ଦେଲେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଅନ୍ୟ କହି ନାହାନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳରେ ବାପ ପୁଅଙ୍କୁ ଛାଡ଼ିଦେଲେ ଆଉ କେହି ନାହାଁନ୍ତି ଲଢିବା ପାଇଁ ସେହିପରି ବିଜେପି ପାର୍ଟିରେ ମଧ୍ୟ କହି ନାହାନ୍ତି । ଉଭୟ ଦଳର ମାଲିକ ଏକ । ସେ ହେଉଛନ୍ତି ପ୍ରଫୁଲ୍ଲ ଘଡାଇ । ସେ ଯାହାକୁ ଚାହିଁବେ ତାକୁ ସୁକିନ୍ଦାରେ ଲଢିବା ପାଇଁ ଟିକେଟ ମିଳିବ । ପ୍ରଫୁଲ୍ଲଙ୍କ ଧରମ ପୁଅ ଟୁଟୁ ଏଠାରେ ବିଜେଡି ଜିତିବାରେ ସହାୟକ ସାଜିଛନ୍ତି । ଏଠାରେ ମେଣ୍ଟ ନୁହେଁ ନାଟ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସବୁ ଏକ । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ କେବଳ ଓଡ଼ିଶାରୁ କଂଗ୍ରେସକୁ ଖଣ୍ଡ ଖଣ୍ଡ କରି ତା ଭୋଟ ହାତେଇବା । ସେହିପରି ଦାନଗଦୀ ବ୍ଲକ୍ର ବଡ଼ ନେତା ବୋଲାଉଥିବା ସୁଧାଂଶୁ ଭଞ୍ଜ,ପ୍ରତାପ ଧୀର, ଲୁଲୁ ରାୟ, ହଳଧର ନାୟକ ପରି ନେତା ବାପ ପୁଅକୁ ସୁକିନ୍ଦାରୁ ହଟାଇବା ପାଇଁ ବିଜେଡି ଦଳରୁ ବିଜେପି ପାର୍ଟିକୁ ଆସିଲା ପରେ ବିଜେଡିର ଭୋଟ ବ୍ୟବଧାନ ବଢ଼ିଛି । ଏମାନେ ଏଥି ବିଜେପି ପାଇଁ ନୁହେଁ ବିଜେଡି ଲାଗି କାମ କରୁଛନ୍ତି । ଯଦିଏହା ନହୋଇଥାନ୍ତା ତେବେ କଂଗ୍ରେସ ସମୟରେ ପ୍ରଫୁଲ୍ଲ ଯେତେବେଳେ ମାତ୍ର ତିନି ହଜାର ଚାରି ହଜାର ଭୋଟର ବ୍ୟବଧାନରେ ଜିତୁଥିଲେ ଏବେ ତାଙ୍କ ପୁଅ ପ୍ରୀତିରଂଜନ ୨୦୧୯ ସାଧାରଣ ନିର୍ବାଚନର ୧୭ ହଜାର ଭୋଟ ବ୍ୟବଧାନରେ ଜିତିଲେ କେମିତି ବୋଲି ଓଲଟା ପ୍ରଶ୍ନ କରିଥିଲେ । ଦାନଗଦୀ ବ୍ଲକ୍ର ବଡ଼ବଡ଼ ନେତା ବିଜେଡି ଛାଡ଼ି ବିଜେପିକୁ ଆସିଲା ପରେ ମଧ୍ୟ ବିଜେଡିର ଭୋଟ ହାର ବଢୁଛି । ଯଦି ସୁକିନ୍ଦାରେ ବାପ ପୁଅ କୁ ହଟାଇବା ପାଇଁ କିଏ କହୁଛି ସେ ହେଲା କଂଗ୍ରେସ ଦଳ । ଚଳିତ ନିର୍ବାଚନରେ ଯଦି ସୁକିନ୍ଦା କଂଗ୍ରେସ ଏକ ନହେବ ଆଉ ଏକାଠି ହୋଇ ନିର୍ବାଚନ ନ ଲଢ଼ିବ ଚଳିତ ନିର୍ବାଚନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ପ୍ରୀତିରଂଜନ ଘଡ଼ାଇ ୨୭ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି କହିଛନ୍ତି । ଏହାର କାରଣ ଉଭୟ ବିଜେଡି ଓ ବିଜେଡି ଦଳ ଏକ ଆଉ ସେମାନେ ଅଘୋଷିତ ମେଣ୍ଟଭାବରେ ଲଢ଼ୁଛନ୍ତି । ଉଭୟ ଦଳ ଭିତରେ ସଲା ସୂତରାରେ ନିର୍ବାଚନ ଲଢେଇ ହେଉଛି । ସୁକିନ୍ଦା କଂଗ୍ରେସକୁ ଧୂଳି ସାତ କରିଦେବା ପାଇଁ ଉଭୟ ଦଳ ଚାହୁଁଛନ୍ତି । ସେଥିପାଇଁ ୨୦୧୯ ମସିହା ନିର୍ବାଚନର କଂଗ୍ରେସ କର୍ମୀଙ୍କୁ ନିଜ ଦଳକୁ ନେଇ ସେମାନେ ନିର୍ବାଚନ ଲଢ଼ିଲେ । ଗତ ନିର୍ବାଚନରେ ଟୁଟୁ ବଳ ଖର୍ଚ୍ଚ କରିଥିବା ନବେ ଭାଗ ପଇସା ପ୍ରଫୁଲ୍ଲ ଦେଇଥିଲେ ବୋଲି କହିଛନ୍ତି । ଚଳିତ ନିର୍ବାଚନରେ ଯଦି କଂଗ୍ରେସ ଏକ ନଂ ହେବ ତେବେ ପ୍ରୀତିରଂଜନ ୨୭ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିବେ ବୋଲି ଭବିଷ୍ୟତ ବାଣୀ କରିଥିଲେ ଶରତ । ଦେଖିବାକୁ ଗଲେ ଶରତ ରାଜ୍ୟ କଂଗ୍ରେସର ଜଣେ ଆଗ ଧାଡ଼ିର ନେତା । ସେ ରାଜ୍ୟ କଂଗ୍ରେସରେ ଅନେକ ପଦ ପଦବୀରେ ରହିଛନ୍ତି । ତାଙ୍କ ପରି ଜଣେ ଟାଣୁଆ କଂଗ୍ରେସ ନେତାଙ୍କ ଏଭଳିଟିପଣୀ କର୍ମୀଙ୍କୁ ଉସôାହିତକରିବା ବଦଳରେ ହତୋସôାହିତ କରିବାରେ ଅଧିକ ସହାୟକ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଦେଖାଯାଉ ଶରତଙ୍କ ଭବିଷ୍ୟବାଣୀ ସତ ହେଉଛି ନା ମିଛ ।