ବ୍ୟାଙ୍କ ଓ ସୁନା ଦୋକାନୀମାନଙ୍କୁ ସଚେତନ କରାଇଲା ପୁଲିସ

ଯାଜପୁର ଟାଉନ:ଶୁକ୍ରବାର ଡିଆରଡିଏ କନ୍ଫରେନ୍ସ ହଲ୍ରେ ଯାଜପୁର ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଯାଜପୁରସହର ସମସ୍ତ ବ୍ୟାଙ୍କ, ଅଳଙ୍କାରୀ ଦୋକାନୀଙ୍କୁ ଏକତ୍ର କରି ସଚେତନରହିବାପାଇଁ ଏକ ମାର୍ଗଦର୍ଶିକ ପ୍ରକାଶ କରିଛନ୍ତି । ସମସ୍ତ ବ୍ୟାଙ୍କ, ଅଳଙ୍କାରୀ ଦୋକାନୀ ଏବଂଙ୍କ ଠାରୁ ଶାନ୍ତିଶୃଙ୍ଖଳାରେ ବ୍ୟବସାୟ କରିବା ପାଇଁ ମତାମତ ସଂଗ୍ରହ କରିଥିଲେ । ସୁନା ଦୋକାନୀ ରାତି ୯ଟା ଭିତରେ ଦୋକାନଗୁଡିକ ବନ୍ଦ କରିବା, ସହରର ବାହରେ ଥିବା ସୁନା ଦୋକାନ ଗୁଡିକ ରାତି ୮ଟାରୁ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସମସ୍ତ ସୁନା ଦୋକାନୀ, ବ୍ୟାଙ୍କ ଏବଂ ଏଟିଏମ୍ ଗୁଡିକରେ ସ୍ପଷ୍ଟ ଦେଖାଯାଉଥିବା ସିସି କ୍ୟାମେରା ଲଗାଇବା ବାଧ୍ୟତା ମୂଳକ ବୋଲି କହିଥିଲେ । ମଧ୍ୟାହ୍ନ ସମୟରେ ଦୋକାନ ଗୁଡିକ ବନ୍ଦ ରଖାଯିବା ନତୁବା ଯେଉଁ ଗ୍ରାହକ ଆସିବେ ସେମାନଙ୍କୁ ଗୋଟାଏ ପରେ ଗୋଟାଏ ଅଳଙ୍କାର ଦେଖାଇବାକୁ ନିଦେ୍ର୍ଦଶ ଦେଇଥିଲେ । କାରବାର ହୋଇଥିବା ଅର୍ଥରାଶିକୁ ବ୍ୟାଙ୍କକୁ ନେବା ସମୟରେ ପୁଲିସର ସାହାର୍ଯ୍ୟ ଦରକାର ପଡିଲେ ନେଇ ପାରିବେ । ବ୍ୟାଙ୍କକୁ ନିୟମତି ଗୋଟାଏ ରାସ୍ତା ନଯାଇ ଭିନ୍ନ ଭିନ୍ନ ରାସ୍ତାରେ ଏବଂ ଭିନ୍ନ ସମୟରେ ଯିବାପାଇଁ ପୋଲିସ ନିଦେ୍ର୍ଦଶ ଦେଇଥିଲେ । ବ୍ୟାଙ୍କ, ଏଟିଏମ୍ ଏବଂ ସୁନା ଅଳଙ୍କାର ଦୋକାନ ଗୁଡିକରେ ସୁରକ୍ଷାକର୍ମୀ ନିଯୁକ୍ତି କରିବା ବାଧ୍ୟତାମୂଳକ ।   ବ୍ୟାଙ୍କ, ଏଟିଏମ୍ ଏବଂ ସୁନା ଅଳଙ୍କାର ଦୋକାନର ପଛପାଖ ଗୁଡିକରେ ବିଦୁତ୍ ଲାଇଟ୍ ଲଗାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ରାତି ୯ଟା ସୁଦ୍ଧା ବନ୍ଦ କରିବା ସହିତ କାରବାର ହୋଇଥିବା ଅର୍ଥରାଶିକୁ ବ୍ୟାଙ୍କକୁ ନେବା ସମୟରେ ପୋଲିସର ସାହାଯ୍ୟ ଦରକାର ପଡିଲେ ନେଇ ପାରିବେ ବୋଲି ପୋଲିସ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଲଜ୍ ଏବଂ ମଣ୍ଡପ ଗୁଡିକରେ ଭଡାରେ ରହୁଥିବା ଅନ୍ତବାସୀମାନଙ୍କର ମୋବାଇଲ୍ ନମ୍ବର, ଆଧାର କାର୍ଡ ଚେକ୍ କରିବା ପରେ ସେମାନଙ୍କୁ ରହିବାକୁ ଅନୁମତି ଦେବେ । ଏହିସବୁ କାର୍ଯ୍ୟ ସଂପୂର୍ଣ୍ଣଭାବେ ପାଳନ କରାଯାଉଛି କି ନାହିଁ ଯାଜପୁର ପୁଲିସ ଏହାକୁ ତଦନ୍ତ କରିବ ବୋଲି ଯାଜପୁର ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଗତ ୪ ତାରିଖ ଦିନ ପାଣିକୋଇଲି ଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ କରିବାକୁ ଆସିଥିବା ଲୁଟେରାମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିଲେ । ନିକଟରେ ଭୁବନେଶ୍ୱରରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିବା ପୁଲିସ ପକ୍ଷରୁ ପ୍ରକାଶ ପାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଯାଜପୁର ସହରରେ ଏଭଳି ଘଟଣାର ପୁନରାବୃତି ନହେବାପାଇଁ ଏକ ସଚେତନତା କରାଯାଇଥିଲା ।