ବିଜେଡ଼ି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ବିଜେଡ଼ି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

 ଯାଜପୁର ସଦର: ଯାଜପୁର ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ପ୍ରାର୍ଥୀନୀସୁଜାତା ସାହୁ ଯାଜପୁର ବ୍ଲକ ଅନ୍ତର୍ଗତ ଜମଧର ଓ ବରୁଆଁ ପଞ୍ଚାୟତରେ ମାରାଥନ ପ୍ରଚାର କରିଛନ୍ତି । ୧୩ ତାରିଖ  କବିରପୁର ଗଜିପାଢ଼ି ଛକରୁ ସୁଜାତାଙ୍କୁ ବିରାଟ ଶୋଭାଯାତ୍ରାରେ ଯାଇ ଜମଧରସ୍ଥିତ ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇଥିଲେ । ଯାଜପୁର ବ୍ଲକ ବିଜୁ ଜନତା ଦଳର ସଭାପତି ପରେଶ୍ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜନ ସଭାରେ ଭବ ପ୍ରସାଦ ଦାସଯୋଗ ଦେଇ ସୁଜାତାଙ୍କୁ ଦୃଢ଼ ସମର୍ଥନ ଜଣାଇବା ସହ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ଜିଲା ବିଜୁ ଜନତା ଦଳର ଉପ ସଭାପତି ପ୍ରକାଶ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଜଣେ ଦକ୍ଷ ମହିଳାଙ୍କୁ ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ୍ ଜଣାଇଥିଲେ । ସୁଜାତା ସମସ୍ତଙ୍କୁ ଶଙ୍ଖ ଚିହ୍ନରେ ଶତପ୍ରତିଶତ ଭୋଟ୍ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ସେହିପରି ବରୁଆଁ ମେଲଣ ପଡିଆରେ ବିଜୁ ଜନତା ଦଳର ବରିଷ୍ଠ ନେତା ରସୁଲ ବକ୍ସଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତର ଏକ କର୍ମୀ ସମ୍ମିଳନୀରେ ସାମିଲ ହୋଇଥିଲେ ସୁଜା ତା ।  ଅତିଥି ଭାବେ ଭବ ପ୍ରସାଦ ଦାସ ଯୋଗଦେଇ ଯାଜପୁରର ସମ୍ମାନ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀନୀ ସୁଜାତା ଓ ଲୋକସଭା ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଭାରତରେ ଏକ ନୂତନ ଇତିହାସ ସୃଷ୍ଠି କରିବାକୁ ଅନୁରୋଧ କରିଥିଲେ । ଯୁବନେତା ଅଜୟ କୁମାର ମହାନ୍ତି ଓ ପ୍ରକାଶ ତ୍ରିପାଠୀ ମଧ୍ୟ ଭୋଟ ଭିକ୍ଷା କରିଥିଲେ । ପ୍ରାର୍ଥୀନୀ ସୁଜାତା ପଞ୍ଚାୟତର ସମସ୍ତ ମୁରବି ମାନଙ୍କୁ ଆଶୀର୍ବାଦ ଭିକ୍ଷା କରିବା ସହ ଆଗାମୀ ଦିନରେ ଯାଜପୁରର ସେବା କରିବାର ସୁଯୋଗ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବ୍ଲକର ପୂର୍ବତନ ଅଧକ୍ଷ ପ୍ରଦୀପ ନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳର ସମ୍ପାଦକ ସୌମ୍ୟରଞ୍ଜନ ଧଳ,ସ୍ଥାନୀୟ ସରପଞ୍ଚ ବାଦଲ ଖୁଣ୍ଟିଆ,ସମିତି ସଭ୍ୟ ଶେଖ୍ ମୋଜାହିଦ୍,ସରସ୍ୱତୀ ବଳ, ପ୍ରଦୀପ ନାୟକ ,ଝରଣା ସେଠୀ,ସୁମତି ମାଝି, ପ୍ରମିଳା ରାଉତ୍, ଜିଲ୍ଲା ଯୁବ ବିଜୁ ଜନତା ଦଳର ସମ୍ପାଦକ ଫିରୋଜ୍ ବକ୍ଷଦସାହା, ଅନୋ ମାଝି,ଓ ବରୁଆଁ ପଞ୍ଚାୟତର ସରପଞ୍ଚ ଅନାହାର ବାନୋ, ସମିତିସଭ୍ୟ ରଶ୍ମିରଞ୍ଜନ ମହାନ୍ତି, ଗୋଲାମ ଅଲ୍ଲୀ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅମିତ୍ ରାଉତ୍, ବ୍ରହ୍ମାନନ୍ଦ ନାୟକ, ଅନିତା ସିଂ, ନନ୍ଦ କିଶୋର ସାହୁ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ ।