ଖଟା ହୋଇଗଲା ମୁହଁ ଫେରାଇଦେଲେ ବାଣ ଓ ଲଡୁ


ାା ପ୍ରଭାନୁ୍ୟଜାା ଭୁବନେଶ୍ୱର : ହରିୟାଣାରେ କଂଗ୍ରେସ ଏଥର କ୍ଷମତାକୁ ଫେରିବ  । କେନ୍ଦ୍ରୀୟ ନେତାଙ୍କ ଭଳି ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ସ୍ଥିର ନିଶ୍ଚିତ ଥିଲେ । ଏକଜିଟ୍ ପୋଲରେ ଉଭୟ ହରିୟାଣା ଓ ଜାମ୍ମୁକାଶ୍ମୀରରେ ଦଳ ଭଲ କରିବ ବୋଲି ଆକଳନ କରାଯାଇଥିଲା  । 
ସକାଳୁ ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ମାତ୍ରେ ଟ୍ରେଣ୍ଡ କଂଗ୍ରେସ ସପକ୍ଷରେ ରହିଥିଲା । ତେଣୁ କଂଗ୍ରେସ ଭବନରେ ବିଜୟ ଉତ୍ସବ ପାଳନ ପାଇଁ ବାଜା, ବାଣ ଓ ଲଡୁର ବ୍ୟବସ୍ଥା କରାଯାଇଥିଲା  । ଅଫିସ୍ ଭିତରେ ବାଣ ଓ ଲଡୁ ବି ଷ୍ଟକ ରହିଥିଲା  । କିନ୍ତୁ ପରେପରେ ଟ୍ରେଣ୍ଡ ବଦଳି ଯାଇଥିଲା  । ହରିୟାଣାରେ କଂଗ୍ରେସ ହାରିଯିବାରୁ ନେତାମାନେ ବିରସ ହୋଇଯାଇଥିଲେ  । ଶେଷରେ ତାହାକୁ ଫେରାଇ ଦିଆଯାଇଥିଲା  । ଯାହାକୁ ନେଇ ବେଶ ରୋଚକ ଚର୍ଚ୍ଚା ହେଉଛି  ।