ପୋଙ୍ଗଲ


ପୋଙ୍ଗଲ ବା ଥାଇ ପୋଙ୍ଗଲ ହେଉଛି ଦକ୍ଷିଣ ଭାରତର ଏକ କୃଷିଭିତ୍ତିକ ପର୍ବ  । ବିଶେଷତଃ ତାମିଲ ଭାଷାଭାଷୀ ଲୋକମାନେ ଏହି ପର୍ବ ପାଳିଥାନ୍ତି  । ଦକ୍ଷିଣ ଭାରତରେ ଏହା ଗଣପର୍ବର ମାନ୍ୟତା ପାଇଛି  । ତାମିଲ ମାସ ମାର୍ଗଶିର ଶେଷ ଦିନ ଠାରୁ ଆରମ୍ଭ ହୋଇ ଥାଇ ମାସର ପ୍ରଥମ ତିନି ଦିନ ପର୍ଯ୍ୟନ୍ତ ୪ ଦିନ ଧରି ପୋଙ୍ଗଲ ପାଳିତ ହୋଇଥାଏ  । ତାମିଲନାଡ଼ୁ, ପୁଡ଼ୁଚେରୀ ସମେତ ଶ୍ରୀଲଙ୍କା, ମାଲେସିଆ, ମରିସସ୍ ଆଦି ସ୍ଥାନରେ ରହୁଥିବା ତାମିଲମାନେ ବେଶ୍ ଉତ୍ସାହର ସହ ପୋଙ୍ଗଲ ପର୍ବ ପାଳିଥାନ୍ତି  । ଏହି ପର୍ବର ତୁଳନା ନବାନ୍ନ ସହ କରାଯାଇଥାଏ  । ଫସଲ ଅମଳ ସମୟରେ ସାଧାରଣତଃ ଏହି ପର୍ବ ପାଳିତ ହୋଇଥାଏ  । ପୋଙ୍ଗଲର ଅର୍ଥ ହେଉଛି ବିପ୍ଳବ  ।  ପୋଙ୍ଗଲ ପର୍ବ ପାଳନର ପରମ୍ପରା ହଜାର ହଜାର ବର୍ଷ ପୁରୁଣା  । ପାରିବାରିକ ଖୁସି, ସୁଖ, ଆନନ୍ଦ ଭିତରେ ପାରମ୍ପରିକ ପୋଙ୍ଗଲ ଭାଇଚାରା ବନ୍ଧନକୁ ସୁଦୃଢ଼ କରିଥାଏ । କେବଳ ସେତିକି ନୁହେଁ ସମାଜ ଓ ଦେଶକୁ ଭଲପାଇବା ସହ ସେମାନଙ୍କ ଉନ୍ନତିକଳ୍ପେ ନିଜକୁ ଉତ୍ସର୍ଗୀକୃତ କରିବାର ମହାପାର୍ବଣ ହେଉଛି ପୋଙ୍ଗଲ । ପୋଙ୍ଗଲର ଆଧ୍ୟାତ୍ମିକ, ନୈତିକ ଓ ସାମାଜିକ ଜୀବନାଦର୍ଶ ଆମ ସମସ୍ତଙ୍କୁ ସତକର୍ମ ପାଇଁ ଅନୁପ୍ରେରଣା ଯୋଗାଉ ଏହା ହିଁ କାମନା ।
ମହେଶ୍ୱର ରାଓ,ମୋ : ୯୦୪୦୨୨୮୪୯୧