ଓଡ଼ିଶା ନିନ୍ଦିତ : ସରକାରଙ୍କ ଉପରେ ପ୍ରଦୀପ ମାଝୀ ବର୍ଷିଲେ

 ନାରୀ ଅସୁରକ୍ଷିତକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ । ସେ କହିଛନ୍ତି , ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲଗାଯାଇଛି । ନାରୀ ସୁରକ୍ଷାରେ ଭାରତ ବର୍ଷରେ ଉଦାହରଣ ସ୍ରୁଷ୍ଟି କରିଥିଲା ଓଡିଶା ,କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା । ଦୁଷ୍କର୍ମ, ଆତ୍ମହତ୍ୟା,  ଆତ୍ମାହୁତି ଘଟଣା ରାଜ୍ୟରେ ବଢ଼ି  ବଢ଼ି ଚାଲିଛି । ଦେଶରେ ନିନ୍ଦିତ ହେଲାଣି ଓଡ଼ିଶା ।  ପ୍ରବାସୀ ଓଡ଼ିଆ ଆଉ ମୁଣ୍ଡ ଟେକି ଚାଲି ପାରୁନାହାନ୍ତି । ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡ଼ିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ । ସେ ଆହୁରି ମଧ୍ୟ କହିଛନ୍ତି , ମାଲାକନଗିରି ଘଟଣା ହୃଦୟ ବିଦାରକ , 15 ବର୍ଷର ନାବାଳିକା ଦୁଇ ଦୁଇ ଥର ଧର୍ଷଣ ହେବ । ଉଦ୍ଧାର ହେବା ପରେ ବି ଧର୍ଷଣର ଶିକାର ହେଲା । ଡବଲ ଇଞ୍ଜିନ୍ , ଡବଲ ଧର୍ଷଣ । ପୁଲିସ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନାହିଁ ଅଭିଯୁକ୍ତ ବିରୋଧରେ । ନ୍ୟାୟ ନମିଳିବାରୁ ଲଜ୍ଜା ସହିନପାରି ବିଷ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କଲେ ।  ଏବେ ସେ ଡାକ୍ତରଖାନା ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଉଛି । କିଛି ନ୍ୟାୟ ନାହିଁ , ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ । ଦକ୍ଷୀଣ ଓଡିଶା ରେ ନାରୀ ସୁରକ୍ଷା କୁ ନେଇ ଆନ୍ଦୋଳନ କରିବ ବିଜେଡି । ଆସନ୍ତା କାଲି ବିଜେଡି ଫ୍ୟାକ୍ଟ୍‌ ଫାଇଣ୍ଡିଂ ଟିମ୍‌ ମାଲାକନଗିରି ଯାଇ ପୀଡିତାଙ୍କ  ପରିବାର ଓ ଡାକ୍ତରଖାନାରେ ତଥ୍ୟ ସଂଗ୍ରହ କରିବୁ। ୨୬ ତାରିଖରେ ଡିଆଜି ଅଫିସ୍‌ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ପ୍ରଦିପ ମାଝୀ ।