ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଥାନାରେ ଏତଲା
ଜଗତସିଂହପୁର : ଜଗତସିଂହପୁର ଯୁବ-ଛାତ୍ର କଂଗ୍ରେସର କର୍ମକର୍ତ୍ତା ମାନେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନାମରେ ଜଗତସିଂହପୁର ଥାନାରେ ଏକ ଏତଲା ରୁଜୁ କରିଛନ୍ତି । ଗତ ୨୧ ତାରିଖରେ ବିଜେପିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଏକ ସାମ୍ବାଦିକ ସମ୍ମୀଳନୀରେ ସର୍ବସମ୍ମୁଖରେ କଂଗ୍ରେସ ଦଳକୁ ବଳକôାରୀ ଦଳ ଓ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ । ସେ ଜାଣିଶୁଣି ଦଳ ଏବଂ ଆମ ନେତା ଙ୍କୁ ଆକ୍ଷେପ କରି କହି ଅପମାନିତ କରିଛନ୍ତି । ଏପରି ଏକ ମିଥ୍ୟା ଖବରକୁ ସର୍ବସାଧାରଣ ରେ କହି ଲୋକ ମାନଙ୍କୁ ଭ୍ରମିତ କରିବାକୁ ସେ ଅପଚେଷ୍ଟା କରୁଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ କର୍ମୀ ମାନେ ଏତଲାରେ ଉଲ୍ଲେଖ କରିବା ସହ ଦାବି ଉପସ୍ଥାପନା କରିଛନ୍ତି । ଏତଲା ରୁଜୁ ସମୟରେ ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକ,ପିସିସି ସଭ୍ୟ ଦେବ ପ୍ରସାଦ ନାୟକ (ଫେଲୁ), ଜଗତସିଂହପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ୱରୂପ କାନୁନଗୋ, ତିର୍ତ୍ତୋଲ ବିଧାନସଭା ଯୁବ କଂଗ୍ରେସ ସଭାପତି ସଫି ଆଜମ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ମୁକ୍ତାର ଅଲ୍ଲୀ, ସୁଭାଶିଷ ସ୍ୱାଇଁ , ସମରେନ୍ଦ୍ର ମହାପାତ୍ର, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
