ଓଡିଶା ଚାମ୍ବର ଅଫ କମର୍ସର ଆଲୋଚନାଚକ୍ର

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଓଡିଶା ଚାମ୍ବର ଅଫ କମର୍ସ ତରଫରୁ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ‘ବିକଶିତ ଓଡିଶା ବିକଶିତ ଭାରତ' ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି  । ରିଚ୍ ଲାଇଭସ୍ ତଥା ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ତାପସ ରଞ୍ଜନ ପଣ୍ଡାଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳାନନ୍ଦ ପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି, ଓଡିଶାରେ ଉଦ୍ୟୋଗୀ ସୃଷ୍ଠି ହେବାକୁ ମାନସିକତାର ଅଭାବ ନାହିଁ କିନ୍ତୁ ସରକାରୀ ସ୍ତରରେ ନୂତନ ଉଦ୍ୟୋଗୀ ମାନଙ୍କୁ ଯେଭଳି ସହଯୋଗ ମିଳିବ କଥା ତାହା ମିଳୁ ନାହିଁ ବୋଲି କହିଥିଲେ  । ଅନ୍ୟତମ ଅତିଥି ଭାବେ ଫିକି ଓଡିଶା ଅଧ୍ୟକ୍ଷ ପଙ୍କଜ ସତିଜା, ଫିଓ ଓଡିଶା ଚାପ୍ଟର ମୁଖ୍ୟ କମଳାକାନ୍ତ ସାହୁ, ଡିଆଇସି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମିଶ୍ର ନିଜ ନିଜର ଅନୁଭୁତି ଓ ଅଭିଜ୍ଞତା ବିଷୟରେ ଉପସ୍ଥିତ ଉଦ୍ୟୋଗୀ ମାନଙ୍କୁ କହିଥିଲେ  । ଫିକି ଓଡିଶା ଅଧ୍ୟକ୍ଷ ପଙ୍କଜ ସତିଜା କହିଛନ୍ତି ସଫଳ ଉଦ୍ୟୋଗୀ ହେବାକୁ ହେଲେ ପ୍ରଥମେ ଦୃଢ ସଂକଳ୍ପବାନ ହେବାକୁ ପଡିବ  । ସେହିପରି ଇଣ୍ଡିଆନ ବ୍ୟାଙ୍କ ଓଡିଶା ମୁଖ୍ୟ ସଚ୍ଚିକାନ୍ତ ଦାସ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ବନ୍ଧରେ ଅନେକ ସଫଳ ଉଦ୍ୟୋଗୀଙ୍କ ଉଦାହରଣ ଦେଇ ବୁଝାଇଥିଲେ  । ସେ କହିଛନ୍ତି ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ କିଛି ନା କିଛି ଦ୍ରବ୍ୟ ରପ୍ତାନି ହେବାର ସମ୍ଭାବନା ରହିଛି । ଶେଷରେ ଡିଆଇସି ଜେନେରାଲ ମ୍ୟାନେଜର ଚିଦାନନ୍ଦ ମିଶ୍ର ସରକାରୀ ସ୍ତରରେ ଉଦ୍ୟୋଗୀ ମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରିଥିଲେ  । ଏହି ଆଲୋଚନା ଚକ୍ରରେ ଶତାଧିକ ଉଦ୍ୟୋଗୀ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଯୋଗ ଦେଇଥିଲେ  । ଅତିଥିମାନଙ୍କ ଦ୍ୱାରା ୩ ଜଣ ସଫଳ ଓଡିଆ ଉଦ୍ୟୋଗୀଙ୍କୁ ଓଡିଶା ଅଲ୍ଟିମେଟ କଂଟ୍ରିବୁ୍ୟଟର ଆୱାର୍ଡ-୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଥିଲା  । ନିର୍ମାଣ କ୍ଷେତ୍ରରେ ଦୈତାରି ସତ୍ୟଭାମା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ନିହାର ରଞ୍ଜନ ନାୟକ, ଓଏଏସଆଇଏସ ଗ୍ରୁପ ଅଫ ଇନଷ୍ଟିଚୁ୍ୟଟର ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନିମେସ ଫୁଡ୍ ପ୍ରଡକ୍ଟ ମ୍ୟାନେଜିଂ ପାର୍ଟନର ଅଞ୍ଜନ କୁମାର ମୁଦୁଲିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି  । ଏହି କାର୍ଯ୍ୟକ୍ରମରେ ଡ. ତାପସ ରଂଜନ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।