ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା

ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା:  ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା

ସମସ୍ତ ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମାଲକାନଗିରି ବଣ୍ତାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ସୁଭଦ୍ରା ଟଙ୍କା ବଣ୍ଟନ ନେଇ ବଣ୍ତା ମହିଳାଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସମସ୍ତ ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର । ଡିସେମ୍ବର ୨୫ ତାରିଖରେ ଏହି ଟଙ୍କା ମିଳିବାର ଥିଲା । ଏବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ଟଙ୍କା କେବେ ମିଳିବ ତାହା ଘୋଷଣା କରିବେ ସରକାର ।ଡିସେମ୍ବର ୨୫ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟକୁ ସ୍ଥଗିତ ରଖିଛନ୍ତି ସରକାର । ସୁଭଦ୍ରା ଟଙ୍କା ପାଇବାକୁ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । କେୱାଇସି ଯାଞ୍ଚ ସମସ୍ୟା ଥିବାରୁ ୫ ଲକ୍ଷ ୧୧ ଆବେଦନକାରୀ ମହିଳାଙ୍କୁ  ଆଉ ଏକ ସୁଯୋଗ ଦେଇଛନ୍ତି ସରକାର । କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ଆବେଦନ । ଓଟିପି ଜରିଆରେ କେଓ୍ୱାଇସି କରିଥିଲେ ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ  ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜନସେବା କେନ୍ଦ୍ରରେ ଏହି କେୱାଇସି ଯାଞ୍ଚ ହେବ । ଯାଞ୍ଚ ସରିଲେ ଏହି ପର୍ୟ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।