ଓଡ଼ିଶାରେ ନିବେଶ ପାଇଁ ଏବେ ପ୍ରକୃଷ୍ଟ ସମୟ: ପ୍ରଭାତୀ ପରିଡ଼ା

ଓଡ଼ିଶାରେ ନିବେଶ ପାଇଁ ଏବେ ପ୍ରକୃଷ୍ଟ ସମୟ: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଆଜି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ଦ୍ୱିତୀୟ ଦିନ । ଦ୍ବିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ  ଓଡ଼ିଶାରେ ପର୍ୟ୍ୟଟନ କ୍ଷେତ୍ରରେ ବିପୁଳ ସୁଯୋଗ ଅଛି । ଓଡ଼ିଶାରେ ନିବେଶ ପାଇଁ ଏବେ ପ୍ରକୃଷ୍ଟ ସମୟ । ରାଜ୍ୟର ୬ଟି ସ୍ଥାନରେ ଇକୋ ରିଟ୍ରିଟ୍ ଚାଲିଛି, ସବୁ ହାଉସଫୁଲ । କୋରାପୁଟ ବହୁତ ସୁନ୍ଦର, କିନ୍ତୁ କୋରାପୁଟ ପାଇଁ କିଛି ଏମଓୟୁ  ନାହିଁ," ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଗତକାଲିଠୁ ଆରମ୍ଭ ହୋଇଛି ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀ । ଶିଳ୍ପ ମହାକୁମ୍ଭର ପ୍ରଥମ ଦିନରେ ଓଡିଶାକୁ ଛୁଟିଥିଲା ନିବେଶ ସମ୍ଭାର । ୫୪ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ ୪ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିବାକୁ ଯାଉଛି ।
ଆଜି ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିନରେ ହେବ ୩୦ଟି ଏମଓୟୁ  ସ୍ୱାକ୍ଷରିତ । 'ଇଟିଭି ଭାରତ'କୁ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି, "ଆଜି ୩୦ଟି ଏମଓୟୁ  ପ୍ରସ୍ତୁତ ଅଛି, ମୁଖ୍ୟମନ୍ତ୍ରୀ ସ୍ବାକ୍ଷର କରିବେ । ୩ ଲକ୍ଷ କୋଟି ଟଙ୍କାର ୩୦ଟି ଏମଓୟୁ  ସ୍ବାକ୍ଷରିତ ହେବ । ଉତ୍କର୍ଷ ଓଡ଼ିଶା ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।
ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, " ଗତକାଲି ୫୪ଟି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ । ଚଳିତ ଉତ୍କର୍ଷ ଓଡ଼ିଶାରୁ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"