୭ରେ ବିଜେଡିର ପୁରୀ ହରତାଳ

ପୁରୀ : ବଳଙ୍ଗା ପୀଡିତାଙ୍କ ମୃତୁ୍ୟ ଘଟଣାରେ ବିଜେଡିର ପୁରୀ ହରତାଳ ଡାକରା । ଦୋକାନ ବଜାର ବନ୍ଦ ସହ ଗାଡିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି । ବଳଙ୍ଗା ପୀଡିତାଙ୍କ ମୃତୁ୍ୟ ଏବେ ରହସ୍ୟ ଘେରରେ । ରାଜ୍ୟ ସରକାର ଜାଣିଶୁଣି ଅଭିଯୁକ୍ତକୁ ଚିହ୍ନଟ କରୁ ନଥିବା ଅଭିଯୋଗ ଆଣିଛି ବିଜେଡି । ପୀଡିତାଙ୍କ ବାପାଙ୍କ ଉପରେ କି ଚାପ ପଡିଲା ମତ ବଦଳାଇଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି । ଏଥିପାଇଁ ଆଗାମୀ ୭ତାରିଖରେ ପୁରୀ ହରତାଳ ଡାକରା ଦେଇଛି ବିଜେଡି । ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ଯାଏଁ ପୁରୀରେ ହରତାଳ ଆହ୍ୱାନ ଦେଇଛି ବିଜେଡି ।