କେନ୍ଦୁଝର ଶାଖାର ସ୍ୱତନ୍ତ୍ର ଅଧିବେଶନ

କେନ୍ଦୁଝର ଉକôଳ ସମ୍ମିଳନୀ, କେନ୍ଦୁଝର ଶାଖାର ଏକ ସ୍ୱତନ୍ତ୍ର ଅଧିବେଶନ ଶାଖା ସଭାପତି ଡକ୍ଟର ବିମ୍ବାଧର ବେହେରାଙ୍କ ସଭାପତିତ୍ୱରେ ମିଳନୀ ସାହିତ୍ୟ ସଂସଦ ଭବନଠାରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉକôଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ସଭାପତି ପ୍ରଫେସର ଡକ୍ଟର ଅଦୈତ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ କମିଟିର କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ସଂପ୍ରତି ଉକôଳ ସମ୍ମିଳନୀର ଆଭିମୁଖ୍ୟ ତଥା ବିଚ୍ଛିନ୍ନାଚଂଳରେ ଓଡିଆ ଭାଷାରେ ଶିକ୍ଷାର ପ୍ରସାର ଉପରେ ମୁଖ୍ୟ ଅତିଥି ଗୁରୁତ୍ୱ ଦେଇଥିଲେ । ମିଳନୀ ସାହିତ୍ୟ ସଂସଦର ସଭାପତି ତଥା ଉକôଳ ସମ୍ମିଳନୀର ସଦସ୍ୟ ଦେବାଶିଷ ଚକ୍ରବର୍ତ୍ତୀ କେନ୍ଦ୍ରୀୟ କମିଟିର ସାଂପ୍ରତିକ ସ୍ଥିତି ସଂପର୍କରେ ମତାମତ ଦେଇଥିବାବେଳେ କେନ୍ଦୁଝର ଶାଖାର ଉପସଭାପତି ଡକ୍ଟର ଚିତ୍ତ ମିଶ୍ର ଜିଲ୍ଲା ଶାଖା ଗୁଡିକୁ ସକି୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଶାଖାର ସଂପାଦକ ବିରଜା ମିଶ୍ର ସମସ୍ତଙ୍କୁ ସ୍ୱାଗତ କରି ଉକôଳ ସମ୍ମିଳନୀର ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପ୍ରତି ଦାୟିତ୍ୱ ଉପରେ ମତାମତ ଦେଇଥିଲେ । ମହିଳା ଲେଖିକା ସଂସଦର ସଂପାଦିକା ଇନ୍ଦୁମତି ପାତ୍ର, ଡକ୍ଟର ବିପିନ ବିହାରୀ ମହାପାତ୍ର, କବି ଚିନ୍ତାମଣି ମହାଳିକ, ଆର୍ଯ୍ୟବାଳା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି, ବୀଣାପାଣି ଜେନା, ମନ୍ଦାକିନୀ କର, ଦେବଦର୍ଶନ ଦାଶ, ବସନ୍ତ କୁମାର ରାଉତ, ଭରତ ଚନ୍ଦ୍ର ପାତ୍ର, ଯୋଗେନ୍ଦ୍ର ସାହୁ ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରି ଜିଲ୍ଲାସ୍ତରୀୟ କମିଟିର କାର୍ଯ୍ୟକ୍ରମକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।