ଓଡ଼ିଶା ସାମ୍ବାଦିକ ସଂଘ ଧାମନଗର ଶାଖାର ବୈଠକ 

ଭଦ୍ରକ : ଧାମନଗର ଜଳ ସେଚନ ଡାକବଙ୍ଗଳା ଠାରେ ଓଡ଼ିଶା ସାମ୍ବାଦିକ ସଂଘ ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଶାଖା ପକ୍ଷରୁ ଶାଖା ସଭାପତି ବିରେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓ ସମ୍ବାଦିକଙ୍କ ସମସ୍ୟା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଜ୍ଞାନପ୍ରକାଶ ପାଣି, ଜିଲ୍ଲା ସାଧାରଣ ସମ୍ପାଦକ ଉଦ୍ଧବ ଚରଣ ମିଶ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା, ସାମ୍ବାଦିକ ମାନଙ୍କ ମର୍ଯ୍ୟାଦା ଓ କର୍ମ ବିଷୟରେ ଆଲୋଚନା କରିଥିଲେ  । ତାହା ସହିତ ସଂଘର ସଦସ୍ୟତା ନବୀକରଣ ଓ ନୂତନ ସଦସ୍ୟମାନଙ୍କୁ ଯୋଡିବା ନେଇ ଆଲୋଚନା କରାଯାଇଥିଲା । ପରେ ସଂଗଠନ କିପରି ଆହୁରି ସୁଦୃଢ ହେବ ଓ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟବୀମା ସହିତ ସରକାରଙ୍କୁ ବିଭିନ୍ନ ସମୟରେ ଦିଆଯାଉଥିବା ସାମ୍ବାଦିକମାନଙ୍କ ମୌଳିକ ଦାବି ଉପରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଥିବା ଶାଖା ସଭାପତି ଆଲୋକପାତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଧାମନଗର ଶାଖାର ସଦସ୍ୟ ହେମନ୍ତ କୁମାର ଖିଲାର, ଶିଶିର କୁମାର ସ୍ୱାଇଁ, ଲଲାଟେନ୍ଦୁ ଦାସ, ପ୍ରଦୀପ କୁମାର ବାରିକ, କାହ୍ନୁ ଚରଣ ଜେନା, ସୀତାକାନ୍ତ ବିଶ୍ୱାଳ, ରତିକାନ୍ତ ନାୟକ, ସତ୍ୟବାନ ଲେଙ୍କା, ଆଲୋକ କୁମାର ସାହୁ, ବିଶ୍ୱଜିତ ପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ  । ପରେ ଓଡିଶା ସାମ୍ବାଦିକ ସଂଘର ସଦସ୍ୟତା ନବୀକରଣ ବିଷୟରେ ଆଲୋଚନା କରାଯାଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ ଆବଶ୍ୟକୀୟ କାଗଜପତ୍ର ଓ ଫର୍ମ ଶାଖା ସଭାପତି କିମ୍ବା ସମ୍ପାଦକଙ୍କ ପାଖରେ ପୈଠ କରିବାକୁ ଜିଲ୍ଲା ସଭାପତି ନିଦେ୍ର୍ଦଶ ଦେଇଛନ୍ତି  ।