ଆଜିଠାରୁ ନିଲାମୀ ହେବ ମୋଦୀଙ୍କ ଉପହାର

ଆଜିଠାରୁ ନିଲାମୀ ହେବ ମୋଦୀଙ୍କ ଉପହାର

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରଗୁଡ଼ିକର ଅନଲାଇନ୍ ନିଲାମୀ ଆଜିଠାରୁ ଆରମ୍ଭ ହେବ । ଏହା ନମାମି ଗଙ୍ଗା ଅଭିଯାନ ପାଇଁ ଅର୍ଥ ସଂଗ୍ରହର ଏକ ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କୁ ପ୍ରାପ୍ତ ୧୩୦୦ଟି ଉପହାରର ନିଲାମୀ ୨ ଅକ୍ଟୋବରରେ ଶେଷ ହେବ । ଏହି ନିଲାମୀର ଆଧାର ମୂଲ୍ୟ ୧୭୦୦ ଟଙ୍କାରୁ ୧ କୋଟି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ଯେକୌଣସି ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ । ମୋଦୀଙ୍କ ଉପହାର ନିଲାମୀର ଏହା ସପ୍ତମ ସଂସ୍କରଣ, ଯାହା ୨୦୧୯ରୁ ଆରମ୍ଭ ହୋଇଛି । ପୂର୍ବ ଛଅ ବର୍ଷରେ ୭ ହଜାରରୁ ଅଧିକ ଉପହାର ନିଲାମ ହୋଇ ୫୦ କୋଟି ୩୩ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଥିଲା । ଏଥର ନିଲାମୀରେ ପାରାଅଲିମ୍ପିକ୍‌ ୨୦୨୪ର ଖେଳାଳିମାନଙ୍କ ଉପହାର ମଧ୍ୟ ଅନ୍ତର୍ଭୁକ୍ତ ।