କୁସୁମା ବଙ୍ଗଳା ବେଆଇନ୍, ଜିଲ୍ଲାପାଳ ଦେଲେ ସୂଚନା
ଯାଜପୁର: ଯାଜପୁର ସ୍ଥିତ କୁସୁମା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ଏହି ବଙ୍ଗଳାଟି କାହାର ଏନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା । ବର୍ତ୍ତମାନ କୁସୁମା ଅଟ୍ଟାଳିକା ବେଆଇନ୍ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଏନେଇ ପ୍ରଶାସନ ଶୀଘ୍ର ପରିଚାଳନା ରୂପରେଖା ପ୍ରସ୍ତୁତ କରିବ ବୋଲି କହିଛନ୍ତି ।
ନିକଟରେ ସାମ୍ବାଦିକ ସମ୍ମିଳନୀରେ କୁସୁମାର ଏହି ବିଳାସପୂର୍ଣ୍ଣ ବଙ୍ଗଳା ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି। କୁସୁମା ପାଶ୍ୱର୍ରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର ୪୧ ଡିସିମିଲ୍ ଯାଗା ପ୍ରଦାନ କରାଯାଇଥିଲା। ସେହି ଜମିରେ ସୁଇମିଂ ପୁଲ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି । ଅପରପକ୍ଷରେ ଏହି ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନଥିବା ସ୍ପଷ୍ଟୀକରଣ ରଖାଯାଇଛି। । ତେବେ ତଦନ୍ତ ପରେ ବଙ୍ଗଳା କାହାର ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।