ସଦର ମହକୁମା ପାଲଟିଛି ଡ଼ଷ୍ଟବିନ୍

ଯାଜପୁର ସଦର: ଯାଜପୁର ଜିଲ୍ଲା ସଦରମହକୁମାକୁ ଡ଼ଷ୍ଟବିନ ଭାବେ ବ୍ୟବହାର କରାଯାଉଛି । ଫଳରେ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ୁଛି ।ଜିଲ୍ଲା କଲେକ୍ଟରିଏଟ୍ ଭିତରେ ଏହାର ଏକ ନଗ୍ନ ଉଦାହରଣ । ଯାହା କି ଜିଲ୍ଲାପାଳଙ୍କ ଅଫିସ ଭିତରେ ଥିବା ପରିସ୍ରା ଘର ହେଉଛି ଏକ ନମୁନା । ଦେଖିବାକୁ ମିଳୁଛି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପରିସ୍ରା ଘର ଚାବି ପକେଇ ରଖାଯାଇଛି । ଦିନକୁ ଦିନ ଏହି ଅଳିଆ ଆବର୍ଜ୍ଜନା ବଢିବାରେ ଲାଗିଛି । ଯାହା ଉଦେବେଗ ଏବଂ ଚିନ୍ତା ଜନକ । ହେଲେ ଦାୟୀତ୍ୱରେ ରହୁଥିବା ଅଧିକାରୀ ଏଥିପ୍ରତି ଯନôବାନ ନ ହୋଇ ସାଧାରଣଲୋକଙ୍କୁ ରୋଗାକ୍ରାନ୍ତ ହେବାକୁ ଛାଡ଼ି ଦେଉଛନ୍ତି । ଯାଜପୁର କଲେକ୍ଟରିଏଟ୍ର ବହୁ ବଡ଼ବଡ଼ ଅଧିକାରୀ ଘଟଣାସ୍ଥଳ ଦେଇ ସବୁ ବେଳେ ଯିବା ଆସିବା କରୁଥିବା ବେଳେ ଏହି ଅଳିଆ ଆବର୍ଜ୍ଜନା ନଜରକୁ ନଆସିବା ଆଶ୍ଚର୍ଯ୍ୟ କରିଛି । କଥାରେ ଅଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ଏହି ପରି ଅବସ୍ଥାରେ ଚାଲିଛି ଯାଜପୁର ସହରର ମୁଖ୍ୟ ଅଫିସ ଜିଲ୍ଲା କଲେକ୍ଟରିଏଟ୍ । ପାନ ଛେପରେ ଛାଇଯାଇଛି କାନ୍ଥ ଗୁଡିକ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ କେବଳ ପ୍ରଚାର ଓ ପ୍ରସାରରେ ସୀମିତ ହୋଇ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଯାଜପୁର ଜିଲ୍ଲା ପ୍ରଶାସନ କୁ ଲାଗି ରହିଥିବା ଯାଜପୁର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ର ମଧ୍ୟ କୌଣସି ନଜର ପଡ଼ୁନଥିବାର ସାଧାରଣରେ ଆଲୋଚନା ହେଉଛି । ଯେହେତୁ ଯାଜପୁର ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀ ଏହି ଠାରେ ଅବସ୍ଥାପିତ, ତେଣୁ ଅଳିଆ ଆବର୍ଜନା ସଫା କରିବା ସହ ପରିସ୍ରା ଘର ସଫା କରିବାକୁ ସାଧାରଣ ଦାବି କରାଯାଇଛି ।