କହିବାରେ ୪୦%ରୁ ଅଧିକ ଅକ୍ଷମ ପିଲା ମେଡିକାଲ ପଢି ପାରିବେ
ାା ଏଜେନ୍ସି ।ା ନୂଆଦିଲ୍ଲୀ: ଭିନ୍ନକ୍ଷମ ଛାତ୍ରଙ୍କ ମେଡିକାଲ ପାଠ ପଢ଼ା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପାଟି ଲାଗୁଥିବା ପିଲା ବା ବାକ୍ ଶକ୍ତିରେ ୪୦%ରୁ ଅଧିକ ଅକ୍ଷମ ଥିବା ପିଲା ମେଡିକାଲ ପଢିପାରିବେ । ସେମାନଙ୍କୁ ଡାକ୍ତରୀ ପଢାରୁ କେହି ରୋକି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଣେ ଛାତ୍ର ମେଡିକାଲ ପାଇବା ପରେ ମଧ୍ୟ ବାକ୍ ଶକ୍ତିରେ ୪୪ରୁ ୪୫ ପ୍ରତିଶତ ଅକ୍ଷମତା କାରଣରୁ ତାଙ୍କୁ ଆଡମିଶନ ପାଇଁ ବାରଣ କରିଥିଲେ କଲେଜ କର୍ତ୍ତୃପକ୍ଷ । ଏନେଇ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସର୍ବୋଚ୍ଚÿ ଅଦାଲତର ଜଷ୍ଟିସ ବିଆର ଗଭାଇ ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏ ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
କହିବାରେ ୪୦%ରୁ ଅଧିକ ଅକ୍ଷମତା ଥିବା ପିଲାଙ୍କୁ ମେଡିକାଲ ଆଡମିଶନକୁ ବାରଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ସେମାନଙ୍କ ମେଡିକାଲ କଲେଜରେ ଆଡମିଶନ ପାଇଁ ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ । କେବଳ ଦିବ୍ୟାଙ୍ଗ ମାତ୍ରା ନିର୍ଦ୍ଧାରିତ କରି ପ୍ରାର୍ଥୀଙ୍କୁ ମେଡିକାଲ ପାଠ୍ୟକ୍ରମରୁ ରେକାଯାଇ ପାରିବନାହିଁ । ଏଥିପାଇଁ ପ୍ରାର୍ଥୀଙ୍କୁ ବିଭିନ୍ନ ଦିଗରୁ ଯାଞ୍ଚ କରାଯିବା ଉଚିତ୍ । ଯଦି ଡିଜାବିଲିଟି ଆସେସମେଣ୍ଟ ବୋର୍ଡକୁ ନିରୀକ୍ଷଣ ପରେ ଲାଗେ କି ଏହି ଅକ୍ଷମତା କାରଣରୁ ଜଣେ ପ୍ରାର୍ଥୀ ମେଡିକାଲ ପାଠ୍ୟକ୍ରମ ସମାପ୍ତ କରିବାରେ ଅସମର୍ଥ ହେବେ, ତେବେ ତାଙ୍କୁ ଆଡମିଶନ ପାଇଁ ବାରଣ କରାଯାଇପାରିବ ।
ନ୍ୟାସନାଲ ମେଡିକାଲ କାଉନସିଲ (ଏନଏମସି) ଏ ଉପରେ ସଠିକ୍ ନିଷ୍ପତ୍ତି ନେବ, ଆମେ ଏହି ଆଶା କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରକାଶ ଥାଉକି ଏନଏମସି ନିୟମ ଅନୁସାରେ, କଥା କହିବାରେ ୪୦ ପ୍ରତିଶତରୁ ଅଧିକ ଅକ୍ଷମ ଥିଲେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଆଡମିଶନ ଉପରେ ବାରଣ କରାଯାଇଥିଲା ।