ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ନେଇ ପ୍ରଶ୍ନ : ସୁନୀଲ ମହାନ୍ତି
ବିଧାନସଭା ଶୂନ୍ୟକାଳରେ ନିଜ ନିଜ ଅଞ୍ଚଳର ସମସ୍ୟା ବିଷୟରେ ବାଚସ୍ପତିଙ୍କୁ ଅବଗତ କରାଉଛନ୍ତି ବିଧାୟକ । ଏହି ପରିପ୍ରେକ୍ଷୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି । ବିଧାୟକ ସୁନୀଲ ମହାନ୍ତି କହିଛନ୍ତି, ଜଗନ୍ନାଥ ମନ୍ଦିରରେ ପରିଚାଳନା କମିଟି କାର୍ଯ୍ୟକ୍ଷମ ନାହିଁ । ନୂଆ କମିଟି ଗଠନ ହୋଇ ନାହିଁ । ପୁରୀର ସ୍ଥାନୀୟ ଲୋକ ଦର୍ଶନ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ପୁରୀବାସୀଙ୍କୁ ପଶ୍ଚିମ ଦ୍ୱାରରେ ଆଧାର କାର୍ଡ ଦେଖାଇ ଛଡା ଯାଉଥିଲା । ବର୍ତ୍ତମାନ ଚାରି ଦ୍ୱାରରେ ଲମ୍ବା ଲାଇନ ଲାଗିଛି । ଯାହାଦ୍ବାରା ଭକ୍ତମାନେ ଖରାରେ ହନ୍ତସନ୍ତ ହେଉଛନ୍ତି । ସପ୍ତାହକୁ ଥରେ କିମ୍ବା ମାସକୁ ଚାରିଦିନ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ବିଧାୟକ । ବିଧାୟକ ସୁନୀଲ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଲାଗି ରହିଥିବା ଭିଡ଼କୁ ନିୟନ୍ତ୍ରଣ କରାଯାଉ, ବାଚସ୍ପତିଙ୍କ ଅଧକ୍ଷତାରେ ଗଠିତ ହେଉ ହାଉସ୍ କମିଟି, ପୁରୀ ଯାଇ ବୈଠକ କରିବା ସହିତ ସମସ୍ୟା ବିଷୟରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ।