ହାତଗୋଡ଼ ବାନ୍ଧି ନାବାଳିକାକୁ କୁକର୍ମ

rape

ହାତଗୋଡ଼ ବାନ୍ଧି ନାବାଳିକାକୁ କୁକର୍ମ

ଭୁବନେଶ୍ୱର : ଗଞ୍ଜାମରେ ପୁଣି ଲଜ୍ଜ୍ୟା । ଗୋପାଳପୁର ଘଟଣା ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିବାବେଳେ ପୁଣି ଆଉ ଏକ ସଂଗୀନ ଅଭିଯୋଗ ଆସିଛି  । ୧୨ ବର୍ଷର ଝିଅକୁ ହାତ ଗୋଡ଼ ବାନ୍ଧି ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି  । ଗୋଳନ୍ଥରା ଥାନା ପୁଲିସ ଏନେଇ ତଦନ୍ତ ଚଳାଇଛି । 

ପୂର୍ବରୁ ଦୁଇ ନାବାଳିକା ଭଉଣୀଙ୍କୁ ଗଣ ବଳାତ୍କାର ପରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ବଳାତ୍କାର ଘଟଣା ଗଞ୍ଜାମ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ସୃଷ୍ଟି କରିଥିଲା  । ସେହିପରି ଜଣେ ନାବାଳିକାଙ୍କୁ ମାଗଣା ଶିକ୍ଷାଦାନ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାରେ ବିଜେପି ନେତା ବି ଗିରଫ ହୋଇଛନ୍ତି  । ପୁଣି ଜଣେ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ବଳାତ୍କାର ଘଟଣା ଗଞ୍ଜାମରେ ଚର୍ଚ୍ଚା ସୃଷ୍ଟିକରିଛି  । ଗଞ୍ଜାମ ଏବେ ଅପରାଧିଙ୍କ ଅମରାବତୀ ପାଲଟିଥିବା ନେଇ ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି  ।