ଏକଜିଟ୍ ପୋଲ୍ : ପଶ୍ଚିମବଙ୍ଗରେ ମମତାଙ୍କୁ ଲାଗିବ ଝଟକା
West Bengal Exit Poll
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଲାଗିପାରେ ଝଟକା । ମାଟ୍ରିଜ୍ ସର୍ଭେ ଅନୁଯାୟୀ, ବିଜେପିକୁ ୨୧ରୁ ୨୫ ଆସନ ମିଳିବାର ଥିବାବେଳେ ଜନ କୀ ବାତ୍ ବିଜେପିକୁ ୨୧ରୁ ୨୬ ଆସନ ଦେଇଛି । ସେହିପରି ମାଟ୍ରିଜ ଅନୁଯାୟୀ ଟିଏମସିକୁ ୧୬ରୁ ୨୦ ଆସନ ଓ ଜନକୀ ବାତର ଆକଳନ ଅନୁସାରେ ୧୬ରୁ ୧୮ ଆସନ ମିଳିବାର ସମ୍ଭାବନା ରହିଛି । ପିଏମଏଆରକ୍ୟୁର ଏକଜିଟ୍ ପୋଲ ଅନୁଯାୟୀ, ବିଜେପିକୁ ୨୨ ଓ ଟିଏମସିକୁ ୨୦ ଆସନ ମିଳିବ । ଗତ ଲୋକସଭା ନିର୍ବାଚନରେ ବିଜେପି ୧୮ ଆସନରେ ଜିତିଥିବାବେଳେ ଟିଏମସି ୨୨ ଆସନରେ ବାଜିମାତ୍ କରିଥିଲା ।
ବିଜେପିକୁ ୧୫ରୁ ୧୭, ବିଜେଡ଼ି ୪ରୁ ୬, କଂଗ୍ରେସ ୧
ଭୁବନେଶ୍ୱର, ୩୧ା୫ : ଇଣ୍ଡିଆ ଟିଭିର ଏକଜିଟ ପୋଲ ପ୍ରକାଶ ପାଇଛି । ଓଡ଼ିଶା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ବିଜେପିକୁ ୧୫ରୁ ୧୭, ବିଜେଡ଼ିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଉଛି । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।