ରାଜନୀତିକୁ ଫେରିଲେ ରଘୁବର: ପୁଣି ବିଜେପିରେ ଯୋଗଦେଲେ
ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ରଘୁବର ଦାସ ପୁଣି ରାଜନୀତିକୁ ଫେରିଛନ୍ତି । ଆନୁଷ୍ଠାନିକ ଭାବେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏକଦା ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ସହ ବିଜେପିର ଟାଣୁଆ ନେତା ଭାବେ ପରିଗଣିତ ହେଉଥିଲେ । କିନ୍ତୁ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବାର କିଛିଦିନ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଇଥିଲେ । ନିକଟରେ ରଘୁବର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ପୁଣି ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ହୋଇଆସୁଛି । ଆଜି ସେ ବିଜେପିରେ ଯୋଗଦେବା ପରେ ତାଙ୍କର ସମର୍ଥକମାନେ ବାଣ ଫୁଟାଇ ସ୍ୱାଗତ କରିଥିଲେ । ଏନେଇ ରଘୁବର କହିଛନ୍ତିଯେ, ମୋତେ ଲାଗୁଛି ମୁଁ ମୋ ମା'ଙ୍କ କୋଳର ଛାଇ ତଳକୁ ଫେରିଆସିଛି । ରାଜ୍ୟପାଳ ହେବା ମର୍ଯ୍ୟାଦାର ବିଷୟ । ସେହିପରି ବିଜେପି ଭଳି ସଂଗଠନର ଦାସ ହେବା ବି ଗର୍ବର ବିଷୟ ବୋଲି କହିଛନ୍ତି । ୧୯୮୦ ପରେ ସେ ଦ୍ୱିତୀୟ ଥର ପାଇଁ ଦଳର ସଦସ୍ୟତା ନେଇଛନ୍ତି । ୨୦୨୩ ଅକ୍ଟୋବର ୨୬ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।