ସରକାର ଡ୍ରାଇଭରଙ୍କ ଦାବିକୁ ପୂରଣ କରନ୍ତୁ : ରାହୁଲ

ଭୁବନେଶ୍ୱର : ଡ୍ରାଇଭରଙ୍କ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିବା କଥା କହିଲେ ରାହୁଲ ଗାନ୍ଧୀ । କଂଗ୍ରେସର ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି ।
ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି କହିଛନ୍ତି ରାହୁଲ ।