ମଦ ମାଫିଆଙ୍କ ଘରେ ରେଡ୍: ସ୍କର୍ପିଓ, ୧୪ ବାଇକ୍ ଜବତ

ମଦମାଫିଆଙ୍କ ଘରେ ବଡ଼ ଧରଣର ରେଡ୍ । ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା ମଦମାଫିଆଙ୍କ ଘରେ ଚଢ଼ଉ ୧ ହଜାର ଲିଟର ଦେଶୀମଦ, ୧୪ଟି ବାଇକ, ସ୍କର୍ପିଓ ସମେତ ବିପୁଳ ପରିମାଣରେ କୋଇଲା ଓ ଶାଳ କାଠ ଜବତ ହୋଇଛି । ଆମ୍ବପଳାସ ଗାଁରେ ବିପୁଳ ପରିମାଣର ଦେଶୀମଦ ଥିବା ଖବର ଥିବା ପାଇ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରିଥିଲେ । ମାତ୍ର ସେଠାରେ ଦେଶୀ ମଦ ସମେତ ବିପୁଳ ପରିମାଣରେ କୋଇଲା ଓ ଶାଳ କାଠ ଥିବା ଦେଖି ତୁରନ୍ତ ଖଣିବିଭାଗ ଓ ବନ ବିଭାଗକୁ ଖବର ଦେଇଥିଲେ । ଉଭୟ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର କୋଇଲା ଓ ଶାଳ କାଠ ଜବତ କରିଥିଲେ । ୪ଟି ବିଭାଗର ଚଢ଼ାଉ ଫଳରେ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।