ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ : ମାଛ, କ୍ଷୀର ଓ ଅଣ୍ଡାରେ ଆତ୍ମନିର୍ଭର ଲକ୍ଷ୍ୟ
ଭୁବନେଶ୍ୱର: ଜିଲ୍ଲା ମୁଖ୍ୟ ପ୍ରାଣୀଚିକିସôା ଅଧିକାରୀଙ୍କ ସମୀକ୍ଷା ବୈଠକ ସ୍ଥାନୀୟ କୃଷି ଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ମସô୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ମାଛ, କ୍ଷୀର, ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ଠାପର ଉଦ୍ୟମ କରିବା ପାଇଁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ୨୦୩୬ ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ଆତ୍ମନିର୍ଭରଶୀଳ ସହ ମାଛ, ମାଂସ, କ୍ଷୀର, ଅଣ୍ଡା ବିଦେଶକୁ ରପ୍ତାନୀ କରି ଆର୍ଥିକ ଭାବେ ସଶକ୍ତ ହେବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର କାର୍ଯ୍ୟାଦେଶପତ୍ର ବଣ୍ଟନ ଓ ସେଗୁଡିକର ସ୍ଥିତି ଉପରେ ବିଷଦ ଭାବେ ସମୀକ୍ଷା ହୋଇଥିଲା । ଏହି ଯୋଜନାର ସହାୟତା ଯଥା ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଆମ ରାଜ୍ୟରେ ଦୈନିକ ପ୍ରାୟ ୭୨ ଲକ୍ଷ ଳିଟର ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଏହାକୁ ଦୁଇ ଗଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ପର୍ଯ୍ୟନ୍ତ ୬୪,୦୦୦ ରୁ ଉର୍ଦ୍ଧ୍ୱ ଆବେଦନ ଗ୍ରହଣ କରାଯାଇଛି । ରାଜ୍ୟର ପ୍ରାଣୀପାଳକମାନଙ୍କ ଆୟ ବୃଦ୍ଧି ପାଇଁ ବିଭାଗ ତରଫରୁ କୁକୁଡା ପାଳନ, ଗୋ-ପାଳନ ଓ ଦୁଗ୍ଧ ଉତ୍ପାଦନ, ଛେଳି ପାଳନ, ଘୁଷୁରୀ ପାଳନ, ଘାସ ଚାଷ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି ।
ଏହି ସବୁ କାର୍ଯ୍ୟକ୍ରମରେ ଚାଷୀଙ୍କୁ ଠିକ ସମୟରେ ଉଚିତ ପରିମାଣର ରିହାତି ଯୋଗାଇ ଦେଇ ଯୋଜନାକୁ ପ୍ରୋସôାହିତ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ତତ୍ପର ହେବାକୁ ମାନ୍ୟବର ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ଯୋଜନାକୁ ଅଧିକ ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିସôା ନିଦେ୍ର୍ଦଶକ ରୀନା ମହାପାତ୍ର, ଏପିକଲର ପରିଚାଳନା ନିଦେ୍ର୍ଦଶକ ଶୁଭ୍ରାଂଶୁ ମିଶ୍ର, ସିୱାର ନିଦେ୍ର୍ଦଶକ ମୃଦୁଳା ଦେବୀ, ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିସôା ଅଧିକାରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।