ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀ ସମ୍ବର୍ଦ୍ଧିତ 

 ନୂଆପଡା: ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ମହୁଲ ପଡା ଗ୍ରାମର ନିରଞ୍ଜନ ମାଝୀ ଯିଏ କି ନିଜ ଧର୍ମପନôୀ ସ୍ୱର୍ଗତ ପୂର୍ଣ୍ଣମୀ ମାଝୀଙ୍କ ସହଯୋଗ ତଥା ପିତା ଯୁଗଳ କିଶୋର ମାଝୀଙ୍କ ପରାମର୍ଶକ୍ରମେ ନିୟମିତ ଭାବରେ ପାରମ୍ପରିକ ପଦ୍ଧତିରେ ଚାଷ କାର୍ଯ୍ୟ କରିଆସୁଥିଲେ କିନ୍ତୁ ୨୦୨୨-୨୩ ବର୍ଷରେ ବୋଡ଼ନ ବ୍ଲକ କୃଷି ଅଧିକାରୀ ଦୁଃଖୀ ଶ୍ୟାମ ଟୁଡୁ, ଆତ୍ମାର ବିଟିଏମ୍ ଦିଲିପ ଅର୍ସ,ସିନାପାଲି ବ୍ଲକ ଏ ଏ ଓ ସୁଧାଂଶୁ ଶେଖର ମେହେର,ବି ଏ ଓ ଦିପ୍ତିମୟୀ ବାରିକ, ତପସ୍ୱିନୀ ମାଝୀ,ବିଟିଏମ୍ ଅରୁଣ ଧାକଡ,ଓ ଏଲ୍ଏମ୍ଡିପିଏମ ଟିମନ ବାରା , ହର୍ଷା ଟ୍ରଷ୍ଟର ମାନସ ରଞ୍ଜନ ତ୍ରିପାଠୀଙ୍କ ଦିଗଦର୍ଶନ,ପରାମର୍ଶ ଓ ସହଯୋଗରେ ଅନୁପ୍ରାଣିତ ହୋଇ ସମନ୍ୱିତ କୃଷି ସହ ଜୈବିକ ପଦ୍ଧତିରେ ଚାଷ କରି ଚାଷର ଆୟକୁ ଦ୍ୱିଗୁଣିତ କରି ବେଶ୍ ଲାଭବାନ ହେଉଛନ୍ତି ବୋଲି ନିରଞ୍ଜନ ମାଝୀ ପ୍ରକାଶ କରିଛନ୍ତି  । ତାଙ୍କ ଧର୍ମପନôୀ ସ୍ୱର୍ଗତ ପୂର୍ଣ୍ଣମୀ ମାଝୀ ସମସ୍ତ ସହଯୋଗ କରୁଥିଲେ  ।େ ଜ÷ବିକ ପଦ୍ଧତିରେ ଧାନ,ମୁଗ, ହରଡ଼,ପନିପରିବା ଚାଷ କରିବା ସହିତ ଜୈବିକ ଖତ ଓ କୀଟନାଶକ ଔଷଧ ତିଆରି କରି ଅଧିକ ରୋଜଗାର କରୁଛନ୍ତି  । ସେମିତି ନୂଆପଡ଼ା ବ୍ଲକ ପରକୋଟ ପଞ୍ଚାୟତର ଯାମୁଲି ଗ୍ରାମର ପିତାମ୍ବର ସିଂ ମାଝୀଙ୍କୁ ହରଟିକଳଚର୍ ଭାବରେ ଏବଂ ନିରଞ୍ଜନ ମାଝିଙ୍କୁ ଏଗ୍ରିକଲଚର ଦୃଷ୍ଟିରୁ ସଫଳ ଚାଷୀ ରୂପେ ତଥା ଏମାନଙ୍କ ଚାଷ କାର୍ଯ୍ୟ ଓ ପଦ୍ଧତି ପ୍ରେରଣାର ଉସô ଅଟେ ବୋଲି ଗତକାଲି ୩ ତାରିଖ ଦିନ କୃଷି ଓଡ଼ିଶା ୨୦୨୪-୨୫ ବର୍ଷ ପାଇଁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆ ବରମୁଣ୍ଡା ଠାରେ ନୂଆପଡ଼ା ଜିଲ୍ଲାର ନିରଞ୍ଜନ ମାଝୀ ଓ ପିତାମ୍ବର ସିଂ ମାଝୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ କୁମାର ପୂଜାରୀ ଉପଢୋକନ ସହିତ ସାର୍ଟିଫିକେଟ ଓ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି  । ନୂଆପଡ଼ାର ଚାଷୀକୁଳ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ ବୋଲି କୃଷକ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବା ସହ ଖୁସି ଅନୁଭବ କରୁଛନ୍ତି  ।