ବାଣ ଗୋଦାମରେ ପୋଲିସର ଚଢ଼ାଉ

 ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ପୁରୁଣାକଟକ ବଜାର ନିକଟସ୍ଥ ଜିଆକଟା ଗ୍ରାମରେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିବା ଫଳରେ ୨ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇପଡ଼ିଥିଲେ। ପୋଲିସ ବାଣ ଗୋଦାମ କରିଥିବା ପୁରୁଣାକଟକର ଆଲୋକ କାଣ୍ଟିଙ୍କ ଘର ସମେତ ଆଉ ୩ ସ୍ଥାନରେ ଚଢ଼ାଉ କରି ପ୍ରଚୁର ପରିମାଣର ବାଣ ଜବତ କରିଛି। ପୁରୁଣାକଟକଠାରେ ରହୁଥିବା ସ୍ଥାନ ନ୍ୟୁ କଲୋନି, ପୁରୁଣାକଟକର ଜେନା ସାହି ଓ କଲେଜ ଛକଠାରେ ଥିବା ବାଣଗୋଦାମରେ ଚଢ଼ାଉ କରିଛି। ପୋଲିସ ପକ୍ଷରୁ ବାଣ ଗୋଦାମଗୁଡ଼ିକରେ ଦମକଳ ବାହିନୀ ସହାୟତାରେ ପାଣି ମାରିବା ପରେ ବାଣଗୁଡିକ ଜବତ କରିଛି। ଜବତ ବାଣଗୁଡ଼ିକ ଏତେ ପରିମାଣରେ ପିକଅପ୍‌ ଗାଡି ଓ ଟ୍ରକ୍‌ ସାହାଯ୍ୟରେ ବୌଦ୍ଧ ରିଜର୍ଭ କାର୍ଯ୍ୟାଳୟକୁ ନେଇ ସେଠାରେ ନଷ୍ଟ କରିଥିବା ଜଣାପଡ଼ିଛି। ଏନେଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କୁ ପଚାରିବାରୁ ପ୍ରଚୁର ପରିମାଣର ବାଣ ଜବତ କରାଯାଇଛି, ବାଣଗୁଡିକୁ ରିଜର୍ଭ ଅଫିସରେ ନଷ୍ଟ କରାଯିବ ବୋଲି କହିବା ସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇ ବଲାଙ୍ଗୀର ସମତେ ଅନ୍ୟସ୍ଥାନରେ ଚଢ଼ାଉ ଜାରି ରହିଥିବା ପ୍ରକାଶ କରିଛନ୍ତି।