ଧାରଣାରେ ଯାତ୍ରୀ, ବିମାନ ବାତିଲ railwaay
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ବାତିଲ ପରେ ତାତିଛନ୍ତି ଯାତ୍ରୀ । ହାଇଦ୍ରାବାଦ ଯିବାକୁ ଥିବା ବିମାନ ଗତକାଲି ଠାରୁ କୌଣସି କାରଣରୁ ବାତିଲ ହୋଇଛି । ଆଜି ପୁଣି ୮ଟା ୪୫ର ଉଡ଼ାଣ ବାତିଲ ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ବାତିଲ ଯୋଗୁ ଯାତ୍ରୀମାନେ ଧାରଣାରେ ବସିଛନ୍ତି । ବିମାନବନ୍ଦରର ଗେଟ ନଂ ୬ରେ ଯାତ୍ରୀମାନେ ଧାରଣା ଦେଇଛନ୍ତି । ତେବେ ସେଠାରେ ମୁତୟନ ହୋଇଥିବା ସିଆଇଏସଏଫ ଯବାନମାନେ ଯାତ୍ରୀଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି । ବିମାନବନ୍ଦର ପରିସରରେ ପାଖାପାଖି ୬୦ ଜଣ ଯାତ୍ରୀ ଧାରଣାରେ ବସିଥିବା ଜଣାଯାଇଛି ।