୧୯ରୁ ବର୍ଷା ; ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୯ରୁ ୨୧ ପର୍ୟ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା । ୧୯ ତାରିଖରେ ୬ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ଯାଜପୁର,କେନ୍ଦ୍ରାପଡା,ଭଦ୍ରକ, ବାଲେଶ୍ବର , ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୦ ତାରିଖ.ରେ ୧୦ ଜିଲ୍ଲାକୁ ହାଲୁକା ବର୍ଷା ହେବା ନେଇ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ୧୦ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଦେବଗଡ, ଅନୁଗୁଳ , କେନ୍ଦୁଝର, ଢେଙ୍କାନାଳ , ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୁରଭଂଜ । ଏହା ସହ ଆଗାମୀ ତିନିଦିନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।