କିଛି ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା

କିଛି ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ବରଗଡ, ଦେଓଗଡ ଓ ନବରଙ୍ଗପୁରରେ ହୋଇପାରେ କାଳବୈଶାଖୀ । ତେବେ ଆସନ୍ତା ୬ ତାରିଖ ଯାଏଁ କାଳବୈଶାଖୀ ଥିବା  ଅର୍ଥାତ ରାଜ୍ୟରେ ୩ ଦିନ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଅଧା ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।  ଘଡ଼ଘଡ଼ି, ବିଜୁଳି ଓ କୁଆପଥର ସହ ୪୦ କିଲୋମିଟର ବେଗରେ ବହିବ ପବନ ।  ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।