ଯୁକ୍ତ୨ ପରେ ଛାତ୍ରଛାତ୍ରୀ କରି ପାରିବେ B.Ed : ଉଚ୍ଚଶିକ୍ଷା ମନ୍ତ୍ରୀ

ଏଣିକି ଯୁକ୍ତ୨ ପରେ B.Ed କରି ପାରିବେ ଛାତ୍ରଛାତ୍ରୀ । ଏନେଇ ୮ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିର୍ଦ୍ଦିଷ୍ଟ ମହାବିଦ୍ୟାଳୟର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ଏପରି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଆସିବ ନୂଆ କୋର୍ସ ITEP (Intigreted teacher education programme) । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ ଏଣିକି ଯୁକ୍ତ ୨ ପରେ ହେବ ବିଇଡି ପାଠ ପଢ଼ା । ଏଥିପାଇଁ ଆସିବ ୪ ବର୍ଷର ନୂଆ ITEP କୋର୍ସ । ITEP ନାଁରେ ନୂଆ କୋର୍ସ ରହିବ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ପକ୍ଷରୁ ନିଆଯାଉଛି । ITEP ସେଥିରୁ ଅନ୍ୟତମ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ।