ଆସୁଛି ବର୍ଷା ଦିନ : ନଦୀବନ୍ଧ ମରାମତି ଦାବି

 ନିଶ୍ଚିନ୍ତକୋଇଲି : ଜୁନ୍ ମାସ ଅଧା ହେଲା ମହାନଦୀର ଶାଖା ଚିତ୍ରୋତ୍ପଳା ନଦୀର ଦୁର୍ବଳ ସ୍ଥାନ ମରାମତି ଦିଗରେ ଜଳସେଚନ ବିଭାଗର ତତ୍ପରତା ନ ଥିବାରୁ ଦ୍ୱୀପାଂଚଳବାସୀ ଆଗାମୀ ବର୍ଷା ଋତୁରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ବିଗତ ଦିନରେ ମହାନଦୀର ଶାଖା ଚିତ୍ରୋତ୍ପଳା ଓ ଲୁଣା ନଦୀରେ ତିଲକଣା, କଳମିଶ୍ରି, ନାହାଳପୁର, ପାଳଦା, ଅର୍ଜୁନୀପୁର, ନଗସପୁର ଆଦି ସ୍ଥାନରେ ଘାଇ ହେବା ପରେ ଦ୍ୱୀପାଂଚଳବାସୀ ପ୍ରାୟ ୫୦ ବର୍ଷ ପଛକୁ ଫେରିଯାଇଛନ୍ତି । 
ବିଗତ ସରକାରଙ୍କ ସମୟରେ ବ୨୦୦୮ ମସିହାରେ ହୋଇଥିବା ତିଲକଣା ଓ ନାହାଳପୁର ଘାଇ ପରବର୍ତ୍ତୀ ସମୟରେ ଅର୍ଜୁନପୁର ଘାଇକୁ ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିତ୍ରେତ୍ପଳା ଓ ଲୁଣା ନଦୀ ତଟକୁସଂପୂର୍ଣର୍ ପଥର ପ୍ୟାକିଂ କରିବାକୁ ଜଳସେଚନ ବିଭାଗ ମନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେବା ପରେ ଜଳସେଚନ ବିଭାଗ ପକ୍ଷରୁ ୫୦୦ କୋଟି ଟଙ୍କା ବିନିମୟରେ ବହୁ ସ୍ଥାନରେ ଯଥା ବରପଡାର ସାନ ଥାକନ, ଦାମୋଦରପୁର, ଅସୁରେଶ୍ୱର, କଳମିଶି୍ର, ଦୁଦୁରା, ନେମାଳ, ମାହାଳହାଟ, ନାହାଳପୁର, କଳସୀବଟ, ମଣିଜଙ୍ଗ ଆଦି ସ୍ଥାନରେ ତଟ ସୁରକ୍ଷା ପାଇଁ ପଥରପ୍ୟାକିଂ କରାଯାଇଥିଲେ ହେଁ ଆହୁରୀ ବହୁ ସ୍ଥାନ ପଥର ପ୍ୟାକିଂ ହୋଇ ନପାରି ରହିଯାଇଥିବା ଜଣାଯାଇଛି । ସେଗୁଡିକ ମଧ୍ୟରେ ନଗସପୁରା, ବାବୁଜ୍ଙ୍ଗ, ମାରଡା, ତିଳଦା, ଚମ୍ପା, ଦାଉଦପୁର ଗଡିଙଙ୍ଗ ଆଦି ସ୍ଥାନ ଏବେ ବି ପଥର ପ୍ୟାକିଂ କରାନଯାଇ ଖାଲି ପଡିଥିବାରୁ ଆଗାମୀ ବର୍ଷା ଋତୁରେ ଯଦି ବନ୍ୟା ହୁଏ ତେବେ ଦୁର୍ବଳ ସ୍ଥାନ ଭାଙ୍ଗିଯିବାର ସମ୍ବାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଭାଗୀୟ କର୍ମଚାରୀଙ୍କ ତରଫରୁ ଯେଉଁ କେତୋଟି ଜାଗା ପଥର ପ୍ୟାକିଂ କରାଯାଇଛି ସେଥି ମଧ୍ୟରୁ କଳସୀବଟ, ମଣିଙ୍ଗ ଓ ଦୁଦୁରା ଆଦି କତେକ ସ୍ଥାନରେ ଗତ ବର୍ଷାରେ ଖାଇ ଯାଇଥିବା ଅଭିଯୋଗ ହୋଇଛି । ଏସବୁ ସ୍ଥାନରେ ନୂତନ ପଥର ପକା ନଯାଇ ପୁରୁଣା ପଥରକୁ ମାଟି ପକାଇ ପଥର ଖଞ୍ଜା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲା ବଳେ, ଏହି କାର୍ଯ୍ୟର ତଦନ୍ତ ହେଲେ ବିଭାଗୀୟ କର୍ମଚାରୀ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପଦାରେ ପଡିବ ।