ପ୍ରୟାସଙ୍କ ପ୍ରୟାସରେ କୁନି ରଥ
ାା କେନ୍ଦ୍ରାପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ ।ା
କେନ୍ଦ୍ରାପଡ଼ା ସହର ନିକଟସ୍ଥ କଜଳା ଗୋଲ୍ଡେନ୍ ଭିଲ୍ଲା ନିବାସୀ ପିତା ସାଗର ଜେନା ଓ ମାତା ସ୍ୱର୍ଣ୍ଣଲତା ଦାଶ ଙ୍କ ପୁଅ ପ୍ରୟାସ ଦାସ କୁନି ରଥ ଗଢ଼ି ଚର୍ଚ୍ଚାକୁ ଆସିଛନ୍ତି । ମାନବାଧିକାର କର୍ମୀ ସାଗରଙ୍କ ଏକମାତ୍ର ପୁତ୍ର ପ୍ରୟାସ ପାଖା ପାଖି ୨୨ ସେଣ୍ଟିମିଟର ଉଚ୍ଚତା ବିଶଷ୍ଟ ସୁସଜ୍ଜିତ ରଥ ଏବଂ ୧.୫ ସେମି ବିଶିଷ୍ଟ ରଥାରୁଢ଼ ତ୍ରିମୂର୍ତ୍ତି ସ୍ଥାପିତ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି । ପ୍ରୟାସ ସ୍ଥାନୀୟ ମହୀପାଳ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ବୟସ ମାତ୍ର ୧୨ । ଏତେ କମ୍ ବୟସରୁ ପ୍ରୟାସଙ୍କର ଏପରି ଅସାଧ୍ୟ ପ୍ରୟାସ ପାଇଁ ଶତମୁଖର ହୋଇଛି କେନ୍ଦ୍ରାପଡ଼ା ସହର । ପିତା ସାଗର କହିଛନ୍ତି ଛୋଟ ବେଳୁ ପ୍ରୟାସ ଏମିତି ଅସଂଖ୍ୟ ଅସାଧ୍ୟ ପ୍ରୟାସ କରି ଅନେକ କାର୍ଯ୍ୟରେ ସଫଳତା ପାଇଛି । ପ୍ରୟାସଙ୍କ ଇଚ୍ଛା ଓ କାରୁକାର୍ଯ୍ୟ କୁ ସମ୍ମାନ ଦେଇ ଉଭୟ ମାତାପିତା ଏହି ଦିଗରେ ମନନିବେଶ କରି ସ୍ଥାନୀୟ ଏକ ଘରୋଇ ଆର୍ଟ ଆଣ୍ଡ କଲ୍ଚରାଲ ବିଦ୍ୟାଳୟରେ ପ୍ରୟାସଙ୍କ ନାମ ଲେଖାଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମତରେ ଏପରି କୁନି ପ୍ରତିଭାଙ୍କୁ ଆହୁରି ପ୍ରସ୍ପୁଠିତ କରିବା ପାଇଁ ହେଲେ ନିହାତି ପ୍ରୋତ୍ସାହନର ଆବଶ୍ୟକତା ଜରୁରୀ ।