ଲଗାଣ ବର୍ଷା: ପୋଲ ଉପରେ ବର୍ଷାଜଳ

କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ ବୈତରଣୀନଦୀ ଓ ସାହାରପଡ଼ା ଦେଇ ପ୍ରବାହିତ ଦେଓ ନଦୀରେ ଜଳସ୍ରୋତ ବୃଦ୍ଧି ପାଇଥିବାରୁ ବିଭିନ୍ନ ସ୍ଥାନରେ ନଦୀ ଜଳ ବିଲ ଓ ରାସ୍ତାକୁ ପ୍ରବେଶ କରିଛି। ସହରପଡ଼ା ବ୍ଲକ କପୁଣ୍ଡୀ ପଇଦା ନାଳ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବାରୁ ପାଟଣା ମୁଖ୍ୟାଳୟରୁ କପୁଣ୍ଡି, ମିରିଗିଖୋଜି, କୁଣ୍ଡଳା, ବନବୀର ଠାକୁରମୁଣ୍ଡା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାଟଣା ବ୍ଲକ ନୂଆପଡ଼ାର ସୀତା ନଦୀର ପୋଲ ଉପରେ ଶନିବାର ୬ ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ହେଉଥିବାରୁ ପାଟଣା ବ୍ଲକରୁ ଢେଙ୍କିକୋଟ, ଘଟଗାଁକୁ ଗମନାଗମନ ବ୍ୟାହତ ସୃଷ୍ଟି ହୋଇଛି। ଏଠାରେ ନିର୍ମାଣାଧୀନ ନୂତନ ପୋଲ କାର୍ଯ୍ୟ ସରିଥିଲେ ହେଁ ଆପ୍ରୋଚ ରୋଡ୍ ନିର୍ମାଣ ହୋଇ ନ ଥିବାରୁ ନୂତନ ପୋଲ ଉପରେ ଯାତାୟାତ ହୋଇପାରୁ ନାହିଁ। ନଦୀ ଉପରେ ନବନିର୍ମିତ ପୋଲର ଆପ୍ରୋଚ୍ ରୋଡ୍ କାମ ସରି ନଥିବାରୁ ଉକ୍ତ ରାସ୍ତାରେ ଗା ଚଳାଚଳ ବ୍ୟାହତ ହୋଇଛି। ପୋଲ ଉପରେ ନଦୀ ଜଳ ପ୍ରବାହିତ ହେଉଥିବାରୁ ରୁ ରାସ୍ତାର ଉଭୟ ପାର୍ଶରେ ଗାଡି ମୋଟର ଅଟକି ରହିଛି। ଏଭଳିକି ସାହାରପଡ଼ା ବ୍ଲକ ମୁଖ୍ୟାଳୟରୁ ଆସିଥିବା ଲକ୍ଷ୍ମୀ ବସ୍ କପୁଣ୍ଡି ପୋଲ ଉପରେ ପାଣି ଯୋଗୁ ଲକ୍ଷ୍ମୀ ବସ୍ ସାଙ୍ଗକୁ ସ୍କୁଲ ବସ୍ ଯାଇ ପାରି ନାହିଁ। ସେହିଭଳି ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ତେଲ ନଦୀ ଉପରେ ୩ ଫୁଟର ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ ଉକ୍ତ ରାସ୍ତାରେ ଗାଡ଼ମୋଟର ଚଳାଚଳ ବ୍ୟାହତ ହୋଇଛି। ଫଳରେ ଦାମାହୁଦାଠାରୁ ଠାକୁରମୁଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।