ବଡ଼ ଖବର : ସିଂହଦ୍ୱାର ପଟେ ପ୍ରସ୍ଥାନ ମନା

Shreekhetra

ବଡ଼ ଖବର : ସିଂହଦ୍ୱାର ପଟେ ପ୍ରସ୍ଥାନ ମନା

ଭୁବନେଶ୍ୱର : କାର୍ତ୍ତିକ ବ୍ରତ ଆରମ୍ଭ ହେବା ପରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବ  । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଆସନ୍ତା ୧୮ରୁ ଭକ୍ତମାନେ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ପଟେ ପ୍ରବେଶ କରିପାରିବେ  । କିନ୍ତୁ ଭକ୍ତମାନେ ଆଉ ମନଇଚ୍ଛା ସିଂହଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ନାହିଁ  । ଅନ୍ୟ ତିନି ଦୁଆର ଦେଇ ଭକ୍ତମାନେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି  । ମହାପ୍ରଭୁଙ୍କ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ଆଖିଆଗରେ ରଖି ଭକ୍ତମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ନିବେଦନ କରାଯାଇଛି  ।