ପାଇପ୍ ଫାଟି  ରାସ୍ତାରେ ଭାସୁଛି ପାଣି 

 ପାଣିକୋଇଲି : ସରକାରଙ୍କ ତରଫରୁ ପାଣିକୋଇଲି ବଜାରରେ ସମସ୍ତ ଦୋକାନୀ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ପ୍ରତେକ୍ ସ୍ଥାନରେ ଟ୍ୟାପର ବ୍ୟବସ୍ତା କରାଯାଇଥିଲା । ତେବେ ୨୦ ନମ୍ୱର ଜାତୀୟ ରାଜପଥ ବାଇପାସ୍ ରୋଡ ତୃପ୍ତି ଭୋଜନାଳୟ  ନିକଟରେ ଏକ କଟା ପାଇପ୍ରୁ ଆଠ ଦିନ ହେବ ଦିନରାତି ପାଣିବାହାରି ରାସ୍ତାରେ ଭାସୁଛି । ହେଲେ ଏହା କାହା ନଜରକୁ ଆସୁନି । ଗ୍ରୀଷ୍ମଦିନେ ଅନେକାଂଚଳରେ ପାଣି ପାଇଁ ଲୋକେ ଡ଼ହଳ ବିକଳ ହଉଥିବା ବେଳେ ପାଣିକୋଇଲିରେ କିନ୍ତୁ ପାଇପ ଫାଟି ପାଣି ଭାସିବାକୁ ସାଧାରଣରେ ସହଜେ ହଜମ କରିପାରୁ ନାହାନ୍ତି । ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି ।