ଆଶୁତୋଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ

 ନାଉଗାଁ : ଘୋଡାଂଶ ପ୍ରଞ୍ଚାୟତ ଓଡପଏଙ୍ଗା ଗ୍ରାମର ପ୍ରକାଶ ଦାଶ, ମା ପ୍ରିୟଦର୍ଶିନୀ ଦାଶଙ୍କ ପୁଅ ଆଶୁତୋଷ ଦାଶ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ୫୮୨ନମ୍ବର ରଖି ସର୍ବଭାରତୀୟସ୍ତରରେ ୩୦୧୪ରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମି ଦିନରେ ଜଣେ ଭଲ ଡାକ୍ତର ହୋଇ ଅଞ୍ଚଳବାସୀଙ୍କ ସେବା କରିବେ ବୋଲି କହିଛନ୍ତି । ବେଦା ସହିତ ତାଙ୍କର ଏହି କୃତକାର୍ଯ୍ୟ ପାଇଁ ତାଙ୍କ ବାପା ମା’ଙ୍କର ପ୍ରଚେଷ୍ଟା ବୋଲି କହିଛନ୍ତି । ଆଶୁତୋଷଙ୍କର ଏହି ସଫଳତା ହାସଲ କରିବାପରେ ପରିବାର ତଥା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଏହି ସଫଳତା ପାଇବା ପରେ ଆଶୁତୋଷଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।