ଗୋପାଳପୁର ଛାତ୍ରୀ ଗଣବଳାତ୍କାର ବିରୋଧରେ ଧାରଣା

 କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମ୍‌ପାଟଣାରେ ବୁଧବାର ବିଜୁ ଯୁବ – ଛାତ୍ର ଜନତା ତରଫରୁ ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଛାତ୍ର ଆନ୍ଦୋଳନ ଗୋପାଳପୁର ଛାତ୍ରୀ ଗଣବଳାତ୍କାର ଏବଂ କ୍ରମ ବର୍ଦ୍ଧିଷ୍ଣୁ ମହିଳା ନିର୍ଯାତନା ବିରୋଧରେ ଶତାଧିକ ଛାତ୍ରୀଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତା ଧାରଣା ଓ ପ୍ରତିବାଦ କରିଛନ୍ତି। ଜିଲା ଛାତ୍ର ବିଜେଡି ଜିଲା ଉପସଭାପତି ବିପ୍ଳବ ପୃଷ୍ଟିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ବ୍ଲକ ଛାତ୍ର ବିଜେଡି ସଭାପତି ପରମେଶ୍ବର ପଲେଇ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଛାତ୍ର ନେତା ପ୍ରୀତମ ଭଞ୍ଜ, ଅଭିଷେକ ମହାନ୍ତ, ସିପୁନ ରଣା, ବିଷ୍ଣୁ ପ୍ରାସାଦ ବାରିକ, ଆଶୁତୋଷ ଦାଶ, ଦେବାଶିଷ ମିଶ୍ର, ସୁମିତ ପତି, ଶ୍ରୀତମ କୁମାର ପଣ୍ଡାଙ୍କ ସହ ବହୁ ଛାତ୍ର ନେତା ସାମିଲ ହୋଇଥିଲା। ଛାତ୍ରୀଛାତ୍ର ଓ ନାରୀ ନିର୍ଯାତନାର ଭାଜପା ସରକାର ୧ନମ୍ବର, ବର୍ଷ ଏକ ଛାତ୍ରୀ ମହିଳା ନିର୍ଯାତନା ଅନେକ, ଛାତ୍ରୀ ଏବଂ ନାରୀ ଆଖିରୁ ଲୁହ ଝରୁଛି, ଭାଜପା ସରକାର ଉତ୍ସବରେ ମାତିଛି, ଦିନକୁ ୧୫ମହିଳା ନିର୍ଯାତନା ଡବଲ ଇଞ୍ଜିନ, ଡବଲ ଯାତନା ଭଳି ସ୍ଲୋଗାନ ଦେଇ ଓ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଥିଲେ। ଆଇନ ସୁରକ୍ଷା ପାଇଁ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଓ ଥାନା କର୍ମଚାରୀ ମୁତୟନ ରହିଥିଲେ।