ପାଟନାରେ ରାଜ୍ୟ ଶକ୍ତିମନ୍ତ୍ରୀ ଓ ସଚିବଙ୍କ ସମ୍ମିଳନୀ : ସବୁଜ ବିଦୁ୍ୟତ ଭିତ୍ତିଭୂମି ପାଇଁ ସରକାର ପ୍ରତିବଦ୍ଧ: ସିଂଦେଓ

 ଭୁବନେଶ୍ୱର : କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହରଲାଲଙ୍କ ଅଧ୍ୟକ୍ଷତାରେ ଆଜି ବିହାରର ପାଟନାରେ ପୂର୍ବାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟ ଶକ୍ତି ମନ୍ତ୍ରୀ ଏବଂ ଶକ୍ତି ସଚିବମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାର ବିଦୁ୍ୟତ୍ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡ଼ିଶା ଏକ ସ୍ଥିର, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିଦୁ୍ୟତ୍ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରତିବଦ୍ଧ । ନବୀକରଣୀୟ, ସୁଦୃଢ଼ ପରିବହନ ଯୋଜନା, ସାଇବର ସୁରକ୍ଷା ଏବଂ ଆର୍ଥିକ ସଂସ୍କାରରେ ରଣନୈତିକ ନୀତି ମାଧ୍ୟମରେ, ଆମେ ଶକ୍ତି କ୍ଷେତ୍ରରେ ଏକ ମଡେଲ ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛୁ । ରାଜ୍ୟର ସର୍ବାଧିକ ୬,୨୪୨ ମେଗାୱାଟ୍ ବିଦୁ୍ୟତ୍ ଚାହିଦା ପୂରଣ କରାଯାଇଛି । ୨୦୩୬ ସୁଦ୍ଧା, ଓଡ଼ିଶାର ୬୧% ବିଦୁ୍ୟତ୍ ଅଣ-ଜୀବାଶ୍ମ ଉସôରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ୨୦୩୬ ସୁଦ୍ଧା ମୋଟ ୧୧,୨୯୪ ମେଗାୱାଟ୍ ବିଦୁ୍ୟତ୍ ଯୋଡିବାକୁ ଯୋଜନା କରିଛି, ଯେଉଁଥିରେ ସୌର, ପବନ, ଜଳ ଏବଂ ପମ୍ପଡ୍ ଷ୍ଟୋରେଜ୍ ଅନ୍ତର୍ଭୁକ୍ତ । ଏଥିରୁ ୩,୯୦୪ ମେଗାୱାଟ୍ ପାଇଁ ପୂର୍ବରୁ ଚୁକ୍ତିନାମା କରାଯାଇଛି । ୨୦୩୦ ସୁଦ୍ଧା, ଓଡ଼ିଶାରେ ୨୨୫ଟି ସବଷ୍ଟେସନ୍ ଏବଂ ୨୦,୯୩୯ ସିକେଏମ୍ ଟ୍ରାନ୍ସମିସନ୍ ଲାଇନ୍ ରହିବ ଯାହାର ମୋଟ ପରିବର୍ତ୍ତନ କ୍ଷମତା ୪୫,୩୬୯ ଏମ୍ଭିଏ ହେବ ।