ବିଜେଡି ଇତିହାସ ଶେଷ ହୋଇଯିବ: ହିମନ୍ତ ବିଶ୍ୱଶର୍ମା
himant biswasarma
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ଉପରେ ବର୍ଷିଛନ୍ତି । ବିଜେଡି ଇତିହାସ ଶେଷ ହୋଇଯିବ ବୋଲି ସେ କହିଛନ୍ତି ।
ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଶ୍ରୀ ବିଶ୍ୱର୍ଶମା ଏଭଳି ଟିପ୍ପଣୀ ଦେଇଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ, ଏଥିରେ ସନେ୍ଦହ ନାହିଁ । ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ ଏନଆରସି ଦରକାର । ଆସାମରେ ଆଇନ ଆଣିଛୁ, ଆଧାରକାର୍ଡ ପାଇଁ ଏନଆରସିରେ ନାମ ରହିବା ଦରକାର । କିଏ ଭାରତୀୟ ଓ କିଏ ଅନୁପ୍ରବେଶକାରୀ ଏଥିରୁ ସ୍ପଷ୍ଟ ହେବ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ବିଶ୍ୱଶର୍ମା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନବନ୍ଦରରୁ ସେ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସେଠାରୁ ଫେରିବା ପରେ କଳିଙ୍ଗ ଷ୍ଟାଡିୟମ ଠାରେ ବ୍ୟାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟର ଉଦଘାଟନରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ଯୋଗଦେବେ । ହିମନ୍ତ ବିଶ୍ୱଶର୍ମା ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି ଅଛନ୍ତି ।