ରାସ୍ତାକଡ଼ରୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଛକରୁ ଡିମୁରିମୁଣ୍ଡା ଗାଁକୁ ଯିବା ନିଛାଟିଆ ଜଙ୍ଗଲ ରାସ୍ତା କଡ଼ରୁ ପୋଲିସ ରବିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ମୃତ ମହିଳା ଜଣକ ହେଲେ ଡିମିରିମୁଣ୍ଡା ଗ୍ରାମର ବନିତା ମହାକୁଳ। ମହିଳା ଜଣକ ପରିବା ବ୍ୟବସାୟ କରନ୍ତି। ସେ କୁଚିଣ୍ଡା ଦୈନିକ ବଜାରରୁ ପରିବା କିଣି ଝାରସୁଗୁଡ଼ାରେ ବିକ୍ରି କରି ଶନିବାର ରାତିରେ ଘରକୁ ଫେରୁଥିଲେ। ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ସମ୍ବଲପୁରରୁ ସାଇଣ୍ଟିଫକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି। କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଓ ଆଇଆଇସି ବାମଦେବ ଶଙ୍ଖୁଆଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଏନେଇ କୁଚିଣ୍ଡା ଥାନାରେ ଏକ ମାମଲା ରୁଜୁ କରିଛି।