ତେନ୍ଦୁଲକର-ଆଣ୍ଡରସନ ଟ୍ରଫି : ରୋମାଞ୍ଚକର ସ୍ଥିତିରେ ତୃତୀୟ ଟେଷ୍ଟ , ଇଂଲଣ୍ଡକୁ ଟାର୍ଗେଟ ୩୭୪
ନୂଆଦିଲ୍ଲୀ : ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଶେଷ ଟେଷ୍ଟ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ଭାରତ ତାର ୨ୟ ଇନିଂସରେ ୩୯୬ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଇଂଲଣ୍ଡକୁ ମ୍ୟାଚ ଜିତିବାକୁ ୩୭୪ ରନର ଟାର୍ଗେଟ ଦେଇଛି ଭାରତ । ଏହି ଟେଷ୍ଟର ପ୍ରଥମ ପାଳିରେ ଭାରତ ୨୨୪ ରନ କରିଥିବା ବେଳେ ଇଂଲଣ୍ଡ ତାର ପ୍ରଥମ ପାଳିରେ ୨୪୭ ରନ କରି ୨୩ ରନର ଅଗ୍ରଣୀ ହାସଲ କରିଥିଲା । ତୃତୀୟ ଦିନରେ ଭାରତ ରନ କରିବାକୁ ସଂଘର୍ଷ କରୁଥିବା ବେଳେ ଦଳ ପକ୍ଷରୁ ଜୟସ୍ୱାଲ ସର୍ବାଧିକ ୧୧୮ ରନ କରି ଆଉଟ ହୋଇଛନ୍ତି । ସେହିପରି ଆକାଶଦୀପ ୬୬ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇ ପାରିନାହାନ୍ତି । ଆକାଶଦୀପ ଗତକାଲି ନାଇଟ ୱାଚମ୍ୟାନଭାବେ ଆସି ମଧ୍ୟ ୬୬ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ଆକାଶଦୀପ ଆଉଟ ହେବା ପରେ ଅଧିନାୟକ ଶୁବମନ ଓ କରୁନ ନାୟାର ବିଶେଷ ଯୋଗଦାନ ଦେଇପାରିନଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୫୩, ଧ୍ରୁବ ଜୁରେଲ ୩୪ ଓ ୱାଶିଂଟନ ସୁନ୍ଦର ୫୩ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅଟକିନସନ ୩ଟି, ଜୋଶ ଟଙ୍ଗ ୫ ଓ ଜେମି ଓଭରଟନ ୨ଟି ୱିକେଟ ନେଇଥିଲେ ।