ବେଗୁନିଆ ବ୍ଲକରେ ଜନଶୁଣାଣି : ଭୂତଙ୍କୁ ମିଳୁଛି ରାସନ ସାମଗ୍ରୀ

ଖୋର୍ଦ୍ଧା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା  : 
ବେଗୁନିଆ ବ୍ଲକ ପରିସରେ ଅନୁଷ୍ଠିତ ହେଉଥିବା ସାମାଜିକ ସମୀକ୍ଷାରେ ମାଳମାଳ ଅଭିଯୋଗ ଓ ଅନମିୟତାର ଚିତ୍ର ସାମ୍ନାକୁ ଆସିଛି । ଏହି ସାମାଜିକ ସମୀକ୍ଷା ଜନଶୁଣାଣି ଶିବିରରେ ଜଣେ ହେଲେବି ଜବକାର୍ଡ ହିତାଧିକାରୀଙ୍କୁ ଦେଖିବାକୁ ମିଳିନଥିଲା । ସେହିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଆଖି ତରାଟିବା ଭଳି ଅନମିୟତା ସାମ୍ନାକୁ ଆସିଛି  । ସରକାରୀ ଗାଇଡଲାଇନରେ କାର୍ଯ୍ୟ ନକରି ମନେରେଗାରେ ବ୍ୟାପକ ଅନମିୟତା କରାଯିବା ସହ ଅର୍ଥ ତୋଷରପାତ କରାଯାଇଛି । ଗରିବ ଲୋକଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଆସୁଥିବା ଚାଉଳକୁ ମୃତ ବ୍ୟକ୍ତିଙ୍କ ନାମରେ ଉଠିଛି ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ସାମାଜିକ ସମୀକ୍ଷାରେ ବିଭିନ୍ନ ପଚାଂୟତର ଯୋଗାଣ ସହାୟକମାନେ ସଠିକ ଢଗଂରେ ରେକଡ ପ୍ରଦାନ କରିନଥିବା ଅଭିଯୋଗ ଆସିବା ସହ ଅନେକ ପଚାଂୟତରେ ମୃତ ବ୍ୟକ୍ତି ନାମରେ ଚାଉଳ ଉଠିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଏନେଇ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ପଣ୍ଡିତ ପ୍ରଧାନ ସମସ୍ତଙ୍କୁ ତାଗିଦ କରିଥିଲେ  । ଅଙ୍ଗନବାଡିରୁ ମୃତ ବ୍ୟକ୍ତିଙ୍କ ଡାଟା ସଂଗ୍ରହ କରି ଆଗକୁ କିପରି ଏପରି କରାନଯିବ ତାଙ୍କୁ କହିବା ସହ ସାତଦିନରେ ରେକଡବୁକ ପ୍ରଦାନ କରିବାକୁ ତାଗିଦ୍ କରିଥିଲେ । ସେହିଭଳି ୨ ମାସକୁ ଥରେ ରେଶନ ସାମଗ୍ରୀ ମିଳୁଥିବା ହେତୁ ମୃତ ବ୍ୟକ୍ତିଙ୍କ ପରିବାରମାନେ ଚାଉଳ ନେଇଯାଉଥିବା କିଛି ଯୋଗାଣ ସହାୟକ ଓ ଘରୋଇ ଡିଲର କହିଥିଲେ । ସେହିଭଳି ମନେରେଗା ସବୁ ନୀୟମକୁ ଫୁ କରି ଉଡାଇ ଦେଇଛନ୍ତି ବିଭିନ୍ନ ପଂଚାୟତର ପିଇଓ ଓ ଏଡିଓ ମାନେ । ବାଘମାରୀ ଠାରୁ ବଡବେରେଣା ପର୍ଯ୍ୟନ୍ତ, ଶଗଡଭଗାଂ ଠାରୁ ସିକୋ ପର୍ଯ୍ୟନ୍ତ ସବୁଠି ଅନମିୟତା ଛାପ ଜଳ ଜଳ ହୋଇ ଦିଶୁଥିଲା ସାମାଜିକ ସମୀକ୍ଷା ଜନଶୁଣାଣି ଶିବିରରେ ।
କେଉଁଠି କାର୍ଯ୍ୟ ଶେଷରେ ଫଳକ ଲାଗିନି ତ, ଆଉ କେଉଁଠି ମଷ୍ଟରରୋଲରେ ଜବକାର୍ଡ ହିତାଧିକାରୀ ଦସ୍ତଖତ ନକରି ଟଙ୍କା ଉଠିଛି । ସେହିପରି ବେଗୁନିଆ ଜଳବିଭାଜିକା ନାମରେ ମାଳମାଳ ଅନମିୟତା ଅଭିଯୋଗ ଆସିଥିଲା ଯାହାକୁ ନେଇ ତାଜୁବ ହୋଇଥିଲେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ପଣ୍ଡିତ । ସଭାଗୁହ ସମସ୍ତଙ୍କ ଆଗରେ ଅଧିକାରୀଙ୍କୁ ତାଗିଦ କରିବା ସହ ଆଗକୁ ଆଉ ଯେପରି ଏହିପରି ଭୂଲ ନହେବ ସେଥିପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦୟାଳୟରେ ଜଳବିଭାଜିକା ତରଫରୁ ବୃକ୍ଷରୋପଣ କରାଯାଇଥିଲା କିନ୍ତୁ ଫଳକ ନକରି କାନ୍ଥରେ ଫଳକ ମରାଯାଇଥିବା ନେଇ ଏଡିମ୍ ପ୍ରଶ୍ନ କରିଥିଲେ । ଅନୁରୂପ ଭାବେ ରାଉତପଡାରେ ଜଳବିଭାଜିକା ତରଫରୁ ୫୦ଟି ବୃକ୍ଷରୋପଣର ବିଲ୍ ହୋଇଥିବା ବେଳେ, ମାତ୍ର ୨୦ ଟି ଗଛ ଲାଗିଥିବା ଅଡିଟ୍ରେ ଧରା ପଡିଥିଲା । ପୁଳାପୁଳା ଅଭିଯୋଗ ସାମ୍ନାକୁ ଆସିବା ସହ ବିଭିନ୍ନ ଅନମିୟତା ସାମ୍ନାକୁ ଆସିଥିଲା । କିପରି ସଠିକ୍ ଢଗଂରେ କାର୍ଯ୍ୟ କରାଯିବ ସହ ସଠିକ୍ ଲୋକଙ୍କୁ ସୁବିଧା ଯୋଗାଇ ଯେତିକି ଜରୁରୀ ଅଯୋଗ୍ୟକୁ ବାଦ୍ ଦେବା ସେତିକି ଜରୁରୀ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସେହିପରି ସ୍ତ୍ରୀ ସରପଂଚ ସ୍ୱାମୀ ଆଗରେ ବସି ପଚାଂୟତର ବିଭିନ୍ନ ସମସ୍ୟା ସମ୍ପକରେ ଏଡିମ୍ଙ୍କ ସହ ଆଲୋଚନା କରିବାକୁ ନେଇ ସଭା ଗୃହରେ ଗୁଜରଣ ସୃଷ୍ଟି କରିଥିଲା । ସିକୋ ସରପଂଚ ପଛ ଧାଡିରେ ବସିଥିବା ବେଳେ, ତାଙ୍କର ସ୍ୱାମୀ ଆଗଧାଡିରେ ବସି ପଚାଂୟତର ବିଭିନ୍ନ କଥା ଆଲୋଚନା କରୁଥିବା ଚିତ୍ର ସାମ୍ନାକୁ ଆସିଥିଲା । ସେହିପରି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ପଣ୍ଡିତ ପ୍ରଧାନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଏମ୍ସି ଜୋସ୍ନାରାଣୀ ରାଉତ, ଜିଲ୍ଲା ସମୀକ୍ଷକ ପ୍ରଭୋଦ ମହାରଣା ଏପିଓ, ସହକାରୀ ନିବାହୀଯନ୍ତ୍ରୀ, ଯୋଗାଣ ଅଧିକାରୀ ସହ ବିଭିନ୍ନ ପଚାଂୟତ ଲାଇନ କର୍ମଚାରୀ ସାମିଲଥିଲେ ।