ରାସନକାର୍ଡର ଇ-କେୱାଇସି ଯାଞ୍ଚ ,ବାଦପଡ଼ିଲେ ୧.୭୭ ଲକ୍ଷ ଭୂତ ହିତାଧିକାରୀ
ଭୁବନେଶ୍ୱର: ରାସନକାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ୱେ ବି ବିଭିନ୍ନ ଜିଲ୍ଲାରେ ଜାଲିଆତି କରି ବହୁ ହିତାଧିକାରୀ ନିଜକୁ ରାସନକାର୍ଡ ତାଲିକାରେ ସାମିଲ କରାଇଥିଲେ । କିନ୍ତୁ ୨୦୨୪-୨୫ ବର୍ଷରେ ରାସନକାର୍ଡ ଯାଞ୍ଚ ବ୍ୟବସ୍ଥାରେ ଇ-କେୱାଇସି ବ୍ୟବସ୍ଥା ଯୋଡ଼ାଯିବା ପରେ ରାଜ୍ୟରୁ ମୋଟ୍ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଆଜି ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ରାଜ୍ୟରେ ୨୦୨୪- ୨୫ରେ ରାସନକାର୍ଡ ତଥ୍ୟାବଳୀକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଉଦେ୍ଦଶ୍ୟରେ ଚାଲୁ କରାଯାଇଛି ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ବିଭିନ୍ନ ଜିଲ୍ଲାରେ ଆଜି ସୁଦ୍ଧା ୧,୭୬,୦୬୮ ଜଣ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ରାସନ କାର୍ଡ ତଥ୍ୟାବଳୀରୁ ବାଦ ଦିଆଯାଇଛି । ସେମାନେ ହେଉଛନ୍ତି ଅନୁଗୁଳ ଜିଲ୍ଲାରୁ ୭୯୬୧, ବାଲେଶ୍ୱରରୁ ୧୪୪୩୬, ବରଗଡ଼ରୁ ୫୮୧୬, ଭଦ୍ରକରୁ ୧୨୯୯୦, ବଲାଙ୍ଗିରରୁ ୬୯୭୩, ବୌଦ୍ଧରୁ ୧୦୬୪, କଟକରୁ ୧୨୧୩୯, ଦେବଗଡ଼ରୁ ୧୧୧୬, ଢେଙ୍କାନାଳରୁ ୨୫୬୦, ଗଜପତିରୁ ୨୩୨୯, ଗଞ୍ଜାମରୁ ୨୪୫୭୯, ଜଗତସିଂହପୁରରୁ ୯୨୫୦, ଯାଜପୁରରୁ ୪୬୦୭, ଝାରସୁଗୁଡ଼ାରୁ ୩୮୧୬, କଳାହାଣ୍ଡିରୁ ୩୨୩୮, କନ୍ଧମାଳରୁ ୧୫୨୩, କେନ୍ଦ୍ରାପଡ଼ାରୁ ୧୧୭୩୬, କେନ୍ଦୁଝରରୁ ୪୫୩୭, ଖୋର୍ଦ୍ଧାରୁ ୭୪୪୬, କୋରାପୁଟରୁ ୧୫୭୨, ମାଲକାନଗିରିରୁ ୧୧୦୫, ମୟୂରଭଞ୍ଜରୁ ୧୦୩୫, ନବରଙ୍ଗପୁରରୁ ୧୦୬୪, ନୟାଗଡ଼ରୁ ୫୮୯୭, ନୂଆପଡ଼ାରୁ ୬୬୯୨, ପୁରୀରୁ ୬୮୭୨, ରାୟଗଡ଼ାରୁ ୧୫୫୨, ସମ୍ବଲପୁରରୁ ୫୪୭୫, ସୋନପୁରରୁ ୨୬୪୧ ଏବଂ ସୁନ୍ଦରଗଡ଼ରୁ ୫୦୪୮ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ଆଧାର ଇ-କେୱାଇସି ଯାଞ୍ଚ ଏକ ସାମୟିକ ପ୍ରକ୍ରିୟା । ଅଦ୍ୟାବଧି ସମୁଦାୟ ୩,୩୬,୩୫,୯୧୮ ପିଡିଏସ ହିତାଧିକାରୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ଶେଷ ହୋଇଛି । ତେବେ ଭୂତ ହିତାଧିକାରୀ ସ୍ଥାନ ପୂରଣ ପାଇଁ ସେମାନଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ସଂଯୋଗ କରାଯିବ ବୋଲି କହିଛନ୍ତି । ଏବେ ବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ମନ୍ତ୍ରୀ କହିଛନ୍ତି ।