ଧାନ ସଂଗ୍ରହ  ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ନୂଆ ନୂଆ ନିୟମ କରାଯିବା ସହ ପ୍ରକ୍ରିୟାକୁ ଆହୁରି ସହଜ କରାଯାଇଛି । ରାଜ୍ୟରେ ଖରିଫ ଋତୁ ୨୦୨୩-୨୪ରେ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଏବଂ ରବିଋତୁରେ ୨,୭୬,୮୪୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୦୨୪-୨୫ ଖରିଫ ଋତୁରେ ରାଜ୍ୟରୁ ଏଯାବତ୍ ୧୭,୪୯,୯୮୭ ଜଣ ଚାଷୀ ଧାନ ଦେବା ପାଇଁ ପଞ୍ଜୀକରଣ କରିଛନ୍ତି । ବିଧାୟକ ଗଣେଶ୍ୱର ବେହେରାଙ୍କ ଚଳିତବର୍ଷ ଧାନ ସଂଗ୍ରହ ପାଇଁ କେତେ ଚାଷୀ ପଞ୍ଜୀକରଣ କରିଛନ୍ତି ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଆଦି ଜିଲ୍ଲାରୁ ସର୍ବାଧିକ ଚାଷୀ ଧାନ ଦେବା ପାଇଁ ପଞ୍ଜୀକରଣ କରିଛନ୍ତି । ବାଲେଶ୍ୱରରୁ ୧୦୨୪୬୧,  ବରଗଡ଼ରୁ ୧୫୫୬୧୭, ବଲାଙ୍ଗୀରରୁ ୯୫୦୮୭, ଗଞ୍ଜାମରୁ ୧୪୬୫୦୪ ଜଣ ଚାଷୀ ଚଳିତ ଖରିଫ ଋତୁ ପାଇଁ ନିଜକୁ ପଞ୍ଜୀକରଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ ଗୃହରେ କହିଛନ୍ତି ।