ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା: ଉଚ୍ଚ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଇ- କଓ୍ବୋଇସି ଯାଞ୍ଚ ପରେ ନୂଆ ରାଶନ କାର୍ଡ ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବେଦନ କରିଥିବା ହିତାଧିକାରୀ ନୂଆ ରାଶନ କାର୍ଡ ପାଇବେ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାଶନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଇ- କଓ୍ବୋଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।