ଶ୍ରୀଜଗନ୍ନାଥଙ୍କ ଉପରେ କୁଇଜ୍‌ ପ୍ରତିଯୋଗିତା 

shree jagannath

ଶ୍ରୀଜଗନ୍ନାଥଙ୍କ ଉପରେ କୁଇଜ୍‌ ପ୍ରତିଯୋଗିତା 

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଏକ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି  । ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ  । ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ସଂସ୍କୃତି, ମହାପ୍ରଭୁଙ୍କ ବେଶ, ରଥ, ଲୀଳା ଆଦି ସଂକ୍ରାନ୍ତରେ କୁନିକୁନି ପିଲାମାନେ ସଠିକ୍‌ ଉତ୍ତର ଦେଇ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି  । ଏହି ଅବସରରେ ଅନୁଷ୍ଠାନର ସଭାପତି  ମହନ୍ତ ରାମକୃଷ୍ଣ ଦାସ ମହାପାତ୍ର, ସୁଦର୍ଶନ ନାୟକ, ଡକ୍ଟର କରୁଣାକର ପ୍ରଧାନ, ପ୍ରଦୀପ ସାହୁ, ଶ୍ରୀହର୍ଷ ମହାପାତ୍ର, ଅସିତ୍‌ ମହାନ୍ତି, ଡକ୍ଟର ଭଗବାନ ମିଶ୍ର, ରାଧେଶ୍ୟାମ ପଣ୍ଡା, ଚିନ୍ତାମଣି ଦାସ ଓ ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ  । କୁଇଜ୍‌ ପ୍ରତିଯୋଗିତା ପରେ ଆସନ୍ତା ଜାନୁଆରୀରେ ହେବାକୁ ଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ସଂକ୍ରାନ୍ତରେ ସମୀକ୍ଷା ହୋଇଥିଲା  । ୨୦୨୫ ଜାନୁଆରୀ ୬ରୁ ୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଅନ୍ତର୍ଜାତୀୟ ମହୋତ୍ସବ ଅନୁଷ୍ଠିତ ହେବ  ।