ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର : ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ କଲେ ବାଚସ୍ପତି । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଥିଲା ଗୃହ । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି ।